ପରକୀୟ ସାଧନା
ପରକୀୟ ସାଧନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଷ୍ଣବ ସାହିତ୍ୟ)
[ସମ୍ପାଦନା]ପରକୀୟା ନାୟିକାର ପରପୁରୁଷ ପ୍ରତି ଯେପରି ଗଭୀର ପ୍ରଣୟ ଥାଏ ଈଶ୍ୱରଙ୍କୁ ସେହିପରି ଏକାନ୍ତ ଅନୁରାଗସହ ଭଜିବା ପ୍ରଣାଳୀ — Mode of being devoted with intense love to God like that of a woman to her paramour.
[ଦ୍ରଷ୍ଟବ୍ୟ —ଆଧୁନିକ ବୈଷ୍ଣବମାନେ ବିଷ୍ଣୁଙ୍କୁ ଭଜନା କରିବା ପାଇଁ ପରକୀୟା ନାୟିକାର ପରପୁରୁଷ ପ୍ରତି ପ୍ରଦର୍ଶିତ ସେବା ଓ ପ୍ରୀତିର ଉଲ୍ଲାଖ ଦିଅନ୍ତି ଚୈତନ୍ୟଦେବ କଥାପ୍ରସଙ୍ଗରେ କହିଥିଲେ ଯେ ପରକୀୟା ନାୟିକା ଅର୍ଥାତ୍ ବିପଟୀ ସ୍ତ୍ରୀ ପରପୁରୁଷ ପ୍ରତି ଯେପରି ଗଭୀର ଅନୁରାଗ ଦେଖାଏ, ଭକ୍ତ ଭଗବାନଙ୍କଠାରେ ସେହିପରି ଭକ୍ତି ନ କଲେ ଭଗବତ୍ପ୍ରାପ୍ତି ଘଟେ ନାହିଁ ଚୈତନ୍ୟଙ୍କ ପରବର୍ତ୍ତୀ ବୈଷ୍ଣବଧର୍ମଧ୍ୱଜୀମାନେ ତାହାଙ୍କର ଏହି ଭକ୍ତିର ବିଶ୍ଳେଷଣରେ ରାଧିକା ଓ ଗୋପୀମାନେ ଶ୍ରୀକୃଷ୍ଣଙ୍କର ପରକୀୟା ନାୟିକା ଥିବାର ଦୋହି ଦେଇ ପରକୀୟ ରସର ଆସ୍ୱାଦନାକୁ ଭକ୍ତି ମାର୍ଗର ସାଧନ ପଥ ବୋଲି କାର୍ଯ୍ୟତଃ ଦେଖାଇଲେ ଏବଂ ତାହାର ଫଳରେ ସମାଜରେ ଉଛୃଙ୍ଖଳତା ଓ ବ୍ୟଭିଚାର ପ୍ରବେଶ କଲା ]