ପରଶ୍ୟ

ଉଇକିଅଭିଧାନ‌ରୁ

ପରଶ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଭାରତର ବହୁ ପଶ୍ଚିମ ଓ ଆଫଗାନୀ ସ୍ଥାନର ସନ୍ନିକଟ ପଶ୍ଚିମବର୍ତ୍ତୀ ଦେଶବିଶେଷ —Persia (country).

[ଦ୍ରଷ୍ଟବ୍ୟ —ଏଥିର ରାଜାଙ୍କୁ 'ଶାହା' ବୋଲାଯାଏ ଏଦେଶବାସୀମାନେ ଜାତିରେ ମୁସଲମାନ୍ ପୂର୍ବେ ଏମାନେ ସୂର୍ଯ୍ୟ ଓ ଅଗ୍ନି ପୂଜା କରୁ— ଥିଲେ ଓ ପରେ ମୁସଲମାନ୍ ଧର୍ମ ଗ୍ରହଣ କଲେ ଏ ଦେଶର ଆଦିମ ଧର୍ମାବଲମ୍ୱୀମାନେ ପାରସ୍ୟରୁ ଆସି ଭାରତର ପଶ୍ଚିମ ଉପକୂଳରେ ଉପନିବେଶ ସ୍ଥାପନ କରିଥିଲେ ଓ ଏହିମାନେ ବର୍ତ୍ତମାନ 'ପାର୍ଶୀ' ନାମରେ ଖ୍ୟାତ ଅତି ପ୍ରାଚୀନ କାଳରେ ପାରସ୍ୟ ଦେଶବାସୀ ଓ ଭାରତ ବାସୀ ଆର୍ଯ୍ୟମାନେ ଆଦିମ ଅର୍ଯ୍ୟ ଜାତିର ଶାଖା ଥିଲେ ଓ ଦୁଇ ଦେଶବାସୀ ଆର୍ଯ୍ୟଙ୍କ ଣଦ୍ୟରେ ଘନିଷ୍ଠ ସମ୍ୱନ୍ଧ ଥିଲା ଓ ପାରସ୍ୟ ଠାରୁ ସରଯୂ ନଦୀ କୂଳ ପର୍ଯ୍ୟନ୍ତ ଭୂମିକୁ ଆର୍ଯ୍ୟଭୂମି ବୋଲା ଯାଉଥିଲା ପାରସ୍ୟର ଅନ୍ୟନାମ 'ଇରାନ' ଏହି ଶବ୍ଦ ଓ ଆର୍ଯ୍ୟ ଶବ୍ଦର ବ୍ୟୁତ୍ପତ୍ତି ଏକ ପାରସ୍ୟର ପ୍ରାଚୀନ ସମ୍ରାଟ ଡେରାୟସ୍ ଆପଣା ନାମ ପୂର୍ବରେ 'ଆର୍ଯ୍ୟ୍ୟପୁତ୍ର' ଉପାଧି ବସାଇଥିଲେ ପାରସ୍ୟର ପ୍ରାଚୀନ ରାଜଧାନୀର ନାମ ପାରସ୍ୟପୁର (ଗ୍ରୀକ୍ ପାର୍ସିପୋଲିସ୍) ଥିଲା ବୈଦିକ ଯୁଗରେ ପାରଶ୍ୟ ନାମ ପ୍ରସିଦ୍ଧ ହେଇ ନ ଥିଲା ବେଦ ଓ ରାମାୟଣରେ ପାରଶ୍ୟ ଦେଶର ନାମୋଲ୍ଲେଖ ନାହିଁ, କିନ୍ତୁ ମହାଭାରତ, ରଘୁବଂଶ, କଥାସରିତସାଗର ଆଦି ସଂସ୍କୃତ ଗ୍ରନ୍ଥରେ ଏହାର ନାମ ମିଳେ ଅତି ପ୍ରାଚୀନ କାଳରେ ପାରସ୍ୟର ଓ ଆର୍ଯ୍ୟା— ବର୍ତ୍ତର ଆର୍ଯ୍ୟାମାନଙ୍କ ଉପାସନା ଓ କର୍ମକାଣ୍ଡ ଆଦିରେ ଭେଦ ନ ଥିଲା ସେମାନେ ଅଗ୍ନି, ସୂର୍ଯ୍ୟ, ବାୟୂ ଆଦି ଦେବଙ୍କ ଉପାସନା ଓ ଅଗ୍ନି ହୋତ୍ର, ସୋମାପନା ଓ ଯଜ୍ଞାଦି କରୁଥିଲେ ଓ ସେମାନଙ୍କ ପୂଜିତ ଦେବତାମନଙ୍କ ନାମ ବେଦୋକ୍ତ ଦେବତାମାନଙ୍କର ନାମର ବର୍ଣ୍ଣ— ସାଦୃଶ୍ୟ ଥିଲା ଏମାନଙ୍କର ଭଷାର ମୂଳ ଆର୍ଯ୍ୟ ଭାଷା ଏହି ଆର୍ଯ୍ୟଭାଷାରୁ ବୈଦିକ ଓ ଲୌକିକ ସଂସ୍କୃତର ଉତ୍ପତ୍ତି ପ୍ରାଚୀନ ପାରସୀକ ଓ ବୈଦିକ ଭାଷା ମଧ୍ୟରେ ପ୍ଭେଦ ନ ଥିଲା ବୋଲି କହିଲେ ଚଳେ ପାରସୀମାନଙ୍କ ଧର୍ମଶାସ୍ତ୍ର ଜେନ୍ଦାବସ୍ତାରେ ଭାରତର ନଦୀ ଓ ପ୍ରଦେଶମାନଙ୍କର ନାମ ଅଛି(ଯଥା ସପ୍ତସିନ୍ଧୁ ପରିବର୍ତ୍ତରେ ହପ୍ତ— ହିନ୍ଦୁ, ସରସ୍ୱତୀ ପରିବର୍ତ୍ତରେ ହରସ୍ୱେତୀ, ସରଯୁ ପରିବର୍ତ୍ତରେ ହରଜ, ଯଜ୍ଞ ପରିବର୍ତ୍ତରେ ଯସ୍ନ, ଇନ୍ଦ୍ର ପରିବର୍ତ୍ତରେ ଜନ୍ଦ୍, ଅସୁର ପରିବର୍ତ୍ତେ ଅହୁର) ପାରସ୍ର ଋଷି ଜରଥସ୍ରୁ (Zoroaster) ଆର୍ଯ୍ୟମାନଙ୍କ ଧର୍ମରୁ ଏକ ଭିନ୍ ସଂପ୍ରଦାୟ ସୃଷ୍ଟି କରି ଜନ୍ଦ ଅବସ୍ତା (Zendavesta) ଗ୍ରନ୍ଥ ପାରସୀମାନଙ୍କ ମଧ୍ୟରେ ପ୍ରଚାର କଲେ ଜନ୍ଦଆବସ୍ତାରେ ବେଦ ପରି ଗାଥା (ଗାଥା) ଓ ମନ୍ତ୍ର (ମନ୍ଥ) ମାନ ଅଛି; କେତେକ ମନ୍ତ୍ର ବୈଦିକ ମନ୍ତ୍ର ସଙ୍ଗେ ମିଳୁଛି ସମ୍ଭବତଃ ବେଦର ସଙ୍କଳୟିତା ବେଦ ବ୍ୟାସ ଓ ଜନ୍ଦଅଆବସ୍ତାର ସଙ୍କଳୟିତା ଜରଥସ୍ରୁ ସମକାଳୀନ ଥିଲେ—ହିନ୍ଦୀ - ଶ]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ପାରସ୍ୟ ଦେଶୀୟ —Persian.