ପରାର୍ଦ୍ଧ
ଦେଖଣା
ପରାର୍ଦ୍ଧ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ପର=ଅତିଶୟ+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ)
- ୧. ଶତସହସ୍ରଲକ୍ଷ କୋଟି ସଂଖ୍ୟା— ୧; ଏକସଂଖ୍ୟା ପରେ ୧୭:ଟି ଶୂନ୍ୟ ବସାଇଲେ ଯେଉଁ ସଂଖ୍ୟା ହୁଏ — ୧. One hundred thousand billions (M.W.).
- ୨. ସର୍ବୋଚ୍ଚ ସଂଖ୍ୟା —୨. The highest nimber.
- ୩. ଅପରାର୍ଦ୍ଧ; ଶେଷାର୍ଦ୍ଧ —୩. The second half.
- ୪. (ପର=ବ୍ରହ୍ମାଙ୍କର+ଅର୍ଦ୍ଧ=ଆୟୁଷ୍କାଳର ଅଧେ)— ବ୍ରହ୍ମାଙ୍କ ଆୟୁର ଶେଷାର୍ଦ୍ଧ — ୪. The seeond half of the lifetime of Brahmā
ବ୍ରହ୍ମାର ଆୟୁଷ ଯେ ହୋଇ, ଅର୍ଦ୍ଧେକ ପରାର୍ଦ୍ଧ ବୋଲାଇ ଜଗନ୍ନାଥ. ଭାଗବତ
- ୫. (ପର=ସମ୍ୟକ୍+ଋଦ୍ଧ=ସମୃଦ୍ଧିଯୁକ୍ତ)—ବିଷ୍ଣୁ — ୫. A name of Bishṇu.