Jump to content

ପରିକର

ଉଇକିଅଭିଧାନ‌ରୁ

ପରିକର

ଉଚ୍ଚାରଣ

[ସମ୍ପାଦନା]
(ପରିକରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ପରି+କୃ ଧାତୁ=କରିବା+ଅଧିକରଣ. ଅ)

[ସମ୍ପାଦନା]
୧. ପର୍ଯ୍ୟଙ୍କ; ଶଯ୍ୟା —୧. Bedstead; bed.
୨. ପୁଂ. (ପରି+କୃ ଧାତୁ+କର୍ତ୍ତୃ. ଅ)—ସହଚର — ୨. Companion.
୩. ପରିବାର; ପରିଜନ —୩. Family.
୪. ପରିଚାରକ; ଭୃତ୍ୟ; ଅନୁଚର — ୪. Attendant; servant; retinue; entourage.

ତୋର ପରିବାରରେ ରମା ! ତୋର ପରି କର, ଆଜି ତୁହି ରତେ ମୋତେ ତୋର ପର କର କବିସୂର୍ଯ୍ୟ. ସଙ୍ଗୀତ

୫. ଯାନ ବାହନ —୫. Conveyance.
୬. (ପରି+କୃ ଧାତୁ+କର୍ମ. ଅ)—ଉପକରଣ — ୬. Material.
୭. ସମୂହ —୭. Collection.
୮. କଟିବନ୍ଧ —୮. Belt; zone; girdle.
୯. ଆରମ୍ଭ —୯. Beginning.
୧. ନିଷ୍ପତ୍ତି —୧୦. Decidion.
୧୧. ପ୍ରଗାଢ଼ ଚେଷ୍ଠା —୧୧. Great exertion.

[ଦ୍ରଷ୍ଟବ୍ୟ —କୌଣସି କାର୍ଯ୍ୟରେ ଦୃଢ଼ ପରିକର ହେବା=ଅର୍ଥାତ୍ ଉକ୍ତ କାର୍ଯ୍ୟ ନିମନ୍ତେ ଅଣ୍ଟା ଭିଡ଼ିବା ବା ପ୍ରଗାଢ଼ ଚେଷ୍ଠା କରିବା]

୧୨. ବିବେକ —୧୨. Conscience.
୧୪. ଦୃଢ଼ ସଂକଳ୍ପ —୧୪. Strong determination; resolve.
୧୫. (ପରି+କର) ବାହାଡ଼ା ଆଙ୍ଗୁଠିରୁ ବାହାରିଥିବା ଅନ୍ୟ ଅଧିକା ଅଙ୍ଗୁଠି — ୧୫. A redundant or extra finger.
୧୬. କାବ୍ୟାଳଙ୍କାରବିଶେଷ — ୧୬. A figure of speech in which many significant epithets or adjectives are employed, one after the other, to give force to a statement.

[ଦ୍ରଷ୍ଟବ୍ୟ —ଅଭିପ୍ରାୟଯୁକ୍ତ ବିଶେଷଣମାନ ଯେଉଁଠାରେ ବ୍ୟବହୃତ ହୋଇ ଥାଏ, ସେଠାରେ ପରିକର ଅଳଙ୍କାର ହୁଏ

ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା ତୋର ତୀରେ ପରା ଶ୍ରୀମତୀ ମାଣିକା ହସ୍ତୁ ଭଞ୍ଜଥିଲେ ସାଦରେ ଲବଣୀ ଭାବଗ୍ରହୀ ପ୍ରଭୁ ଭକ୍ତ ଚିନ୍ତାମଣି (ଚିଲିକା) କୁଳମଣି—ଅଳଙ୍କର ରତଙ୍ଗିଣୀ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅମୁକ ପରି ବା ଭଳି କର —Mke like.

ଦାସର ସରିବି ଲାଜ ଦାସକୁ ବାସ କର ଆଳ କବିସୂର୍ଯ୍ୟ, ସଙ୍ଗୀତ