Jump to content

ପରିକ୍ରମ

ଉଇକିଅଭିଧାନ‌ରୁ

ପରିକ୍ରମ

ଉଚ୍ଚାରଣ

[ସମ୍ପାଦନା]

ପରିକ୍ରମା, ପରିକ୍ରମଣଅନ୍ୟରୂପ

(ପରିକ୍ରାନ୍ତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ)

[ସମ୍ପାଦନା]
୧. ଧାରାବାହିକତା; ଧାରା — ୧. Succession; series; order.
୨. ଇତସ୍ତତଃ ପାଦଚାଳନ; ଟହଲିବା — ୨. Walking to and fro.
୩. ପ୍ରଦକ୍ଷିଣୀକାରଣ; କୌଣସି ବସ୍ତୁର ବା ବ୍ୟକ୍ତିର ବା ସ୍ଥାନର ଚାରିପାଖେ ବୁଲି ଆସିବା —୩. Circumambulation; going round a thing, person or place.

ଗରୁଡ଼ ଆସି ଥରେ ନିତି ସେ ଗିରିକୁ ପରିକ୍ରମ କରିଣ ଯାଆନ୍ତି ଘରକୁ କୃଷ୍ଣସିଂହ. ମହାଭାରତ ଶାନ୍ତି

[ଦ୍ରଷ୍ଟବ୍ୟ —ଦେବବିଗ୍ରହ, ମନ୍ଦିର, ତୁଳସୀବୃକ୍ଷ, ଗୁରୁଜନ ଓ ତୀର୍ଥଆଦିର ଚାରିପାଖେ ବୁଲି ଆସିବାକୁ ପରିକ୍ରମ ବୋଲାଯାଏ ନଦୀର ଉତ୍ପତ୍ତି ସ୍ଥଳଠାରୁ ନଦୀର ଗୋଟିଏ କୂଳ ପାଖେ ପାଖେ ନଦୀର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ନଦୀର ଅପରକୂଳ ବାଟେ ଉତ୍ପତ୍ତି ସ୍ଥଳକୁ ଆସିବାର ନାମ ପରିକ୍ରମ ]

୪. ପର୍ଯ୍ୟଟନ —୪. Travelling.

ବହୁତ ତୀର୍ଥମାନ ପରିକ୍ରମ କରି କୃଷ୍ଣସିଂହ. ମହାଭାରତ ଆଦି

୫. ଗମନ —୫. Going.
୬. ଗତି କରି ଟପିଯିବା —୬. Outstripping; overtaking.
୭. କୌଣସି ବସ୍ତୁର ବା ସ୍ଥାନର ବା ବ୍ୟକ୍ତିର ବାଟ ବା ପାଖଦେଇ ଚାଲିଯିବା —୭. Going past. (M.W.)