ପରିଘ
ଦେଖଣା
ପରିଘ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ପରି=ସର୍ବତୋଭାବରେ+ହନ୍ ଧାତୁ=ବଧ କରିବା+ କରଣ. ଅ)
[ସମ୍ପାଦନା]- ୧. ପ୍ରାଚୀନ କାଳର ଯୁଦ୍ଧାସ୍ତ୍ରବିଶେଷ — ୧. A kind of iron weapon used in ancient times in fighting; a bludgeon or club student with iron.
ପାଖରେ ଯେ ପରିଘ ଥୁଆ ହୋଇଥିଲା ଭୀମଦୃଷ୍ଟି କେବଳ ତହିଁ ବାସ କଲା କୃଷ୍ଣସିଂହ. ମହାଭାରତ. ସଭା
[ଦ୍ରଷ୍ଟବ୍ୟ — ଏହାର ଆକାର ମୁଗ୍ଧର ପରି ଗୋଲ ଓ ମୋଟା; ଏହା ପୁରୁଷ ପ୍ରମାଣ ଲମ୍ୱା ଓ ବଳପୂର୍ବକ ଶତ୍ରୁ ପ୍ରତି ନିକ୍ଷିପ୍ତ ହେଉଥିଲା ଏହାର ମୁଣ୍ଡରେ ଲୁହାର ବଳା ବସୁ ଥିଲା ]
- ୨. ଲୁହାର କିଳିଣୀ; କବାଟ କିଳିବାର ଅର୍ଗଳ — ୨. Iron bar for shutting a door.
- ୩. (ଜ୍ୟୋତିଷ) ବିଷ୍ଣୁମ୍ଭାଦି ସପ୍ତବିଂଶ ଯୋଗ ମଧ୍ୟରୁ ଊନବିଂଶ ଯୋଗ —୩. One of the ୨୭ astrological conjunctions.
- ୪. ଘଟ; କଳସ —୪. Pitcher; jar.
- ୫. (ପରି+ହନ୍ ଧାତୁ+ଭାବ. ଅ) ବ୍ୟାଘାତ; ବାଧା — ୫. Obstacle; hindrance.
- ୬. ଆଘାତ —୬. Stroke.
- ୭. (+କର୍ମ ଅ) ତୋରଣ ଦ୍ୱାର; ଫାଟକ; ଗୋପୁର — ୭. Gateway; gate.
- ୮. କାଚ ଘଡ଼ି —୮. A glass pitcher. (M.W.)
- ୯. ଘର (ହିନ୍ଦୀ - ଶ.) —୯. House.
- ୧. ପର୍ବତ (ହିନ୍ଦୀ - ଶ.) —୧୦. Mountain.
- ୧୧. ବଜ୍ର —୧୧. Thunder.
- ୧୨. ଶେଷ ନାଗ; ବାସୁକି —୧୨. Bāsuki.
- ୧୩. ଚନ୍ଦ୍ର —୧୩. Moon.
- ୧୪. ସୂର୍ଯ୍ୟ —୧୪. Sun.
- ୧୫. ନଦୀ —୧୫. River.
- ୧୬. ସ୍ଥଳ —୧୬. Land.
- ୧୭. ଅବିଦ୍ୟା (ହିନ୍ଦୀ - ଶ.) —୧୭. Ignorance.
- ୧୮. ସୁଶ୍ରୁତୋକ୍ତ ମୂଢ଼ଗର୍ଭବିଶେଷ (ହିନ୍ଦୀ - ଶ.); ଜନ୍ମ ହେବା ସମୟରେ ଯେଉଁ ଭ୍ରୂଣ ଯୋନି ଦ୍ୱାରରେ ଆଙ୍କଡ଼େଇ କରି ଅଟକିଯାଏ (ହିନ୍ଦୀ - ଶ.) —୧୮. Dead foetus; a child which presents a peculiar croose position in birth. (M.W.)
- ୧୯. ସୂର୍ଯ୍ୟ ଉଦୟ ବା ଅସ୍ତ ହେବାବେଳେ ଯେଉଁ ମେଘ ସୂର୍ଯ୍ୟକୁ ଘୋଡ଼ାଏ (ହିନ୍ଦୀ - ଶ.) —୧୯. A cloud which hides the sun during sunrise or sunset.