Jump to content

ପରିଣାମ

ଉଇକିଅଭିଧାନ‌ରୁ

ପରିଣାମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ପରି+ ନମ୍ ଧାତୁ=ନମ୍ର ହେବା+ ଭାବ. ଅ)

[ସମ୍ପାଦନା]
୧. ଅବସ୍ଥାନ୍ତର ପ୍ରାପ୍ତି; ବିକୃତି —୧. Transformation; change of condition.
୨. ଶେଷ; ଅବସାନ —୨. End.
୩. ଶେଷ ଫଳ —୩. Ultimate result.
୪. ପରିପକ୍ୱତା —୪. Ripeness; maturity.
୫. କାବ୍ୟାଳଙ୍କାରବିଶେଷ — ୫. A figure of speech.

[ଦ୍ରଷ୍ଟବ୍ୟ —ପରିଣାମ ଓ ରୂପକ ମଧ୍ୟରେ ପ୍ରଭେଦ ଅତି ସୂକ୍ଷ୍ମ ରୂପକ ଉପମାନ ଓ ଉପମେୟର ଶୋଭାକକୁ ମାତ୍ର ବ୍ୟକ୍ତ କରେ ଅର୍ଥାତ୍ ରୂପକରେ ସଦୃଶ ବସ୍ତୁର ତାଦାତ୍ମ୍ୟ ମାତ୍ର ବିଷୟବିଶେଷରେ ଅବଭାସିତ ହୁଏ କିନ୍ତୁ ପରିଣାମରେ ତାହା ନୁହେଁ ଏଥିରେ ଉପମାନର ତାଦାତ୍ମ୍ୟ ଫଳସାଧନରୂପେ ଉପମେୟରେ ଆରୋପିତ ହୁଏ ===

ଅର୍ଥାତ୍ ଆରୋପ୍ୟମାଣ ବସ୍ତୁ ଆପଣାର ପ୍ରୟୋଜନ ବଶତଃ ଆରୋପର ଉଦ୍ଦେଶ୍ୟ ସାଧନ କରେ କୁଳମଣି ଅଳଙ୍କାରତରଙ୍ଗିଣୀ

ପରିଣାମ ଅଳଙ୍କାରରେ ଆରୋପ୍ୟମାଣ ବସ୍ତୁ ଆରୋପିତ ବିଷୟ ସହିତ ଅଭିନ୍ନରୂପରେ ପରିଣତ ହୋଇ ପ୍ରକୃତାର୍ଥର ଉପଯୋଗୀ ହୁଏ ଯଥା ===

ଅନାବିଳ କରିଦେଲା ନବପ୍ରେମ କାମନା ସ୍ରୋତର ଧରା କାମନା ନଦୀର କଳୁଷ ଶୋଧନେ ପ୍ରେମ ସେ ଅଗସ୍ତ୍ୟ ତାରା ରାଧାନାଥ—ଯଯାତି]

୬. (ଆଧୁନିକ ବିଜ୍ଞାନ) ଜୀବଗଣର କ୍ରମ ବିବର୍ତ୍ତନ — ୬. (Science) Evolution; cosmic evolution.