ପରିତ୍ରାହି
ଦେଖଣା
ପରିତ୍ରାହି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି—(ପରି+ତ୍ରୈ ଧାତୁର ଅନୁଜ୍ଞାର୍ଥେ; ଲୋଟ୍, ମଧ୍ୟମ ପୁରୁଷ ଏକବଚନ)
[ସମ୍ପାଦନା]ରକ୍ଷାକର; ଉଦ୍ଧାର କର ହେ ପ୍ରଭୋ ! ମତେ ପରିତ୍ରାଣ କର — Oh Lord ! save me.
[ଦ୍ରଷ୍ଟବ୍ୟ —ସଂସ୍କୃତ ତ୍ରୈ ଧାତୁ ଆତ୍ମନେପଦୀ, ମାତ୍ର ଲୋଟ 'ସ୍ୱ' ବିଭକ୍ତିରେ ବିକଳ୍ପରେ 'ହି' ଆଦେଶ ହୁଏ, ସଂସ୍କୃତରେ ମଧ୍ୟ ଏଭଳି ପ୍ରୟୋଗ ଦେଖାଯାଏ, ଯଥା—ପରିତ୍ରାହି ଜଗନ୍ନାଥ ତ୍ୱାମେବ ଶରଣଂ ଗତଃ; ତ୍ରାହିମାଂ ମଧୂସୂଦନ ଇତ୍ୟାଦି]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିପନ୍ନ ବ୍ୟକ୍ତିର ତ୍ରାହି ତ୍ରାହି ରବ — The call of a person in destress for protection.