ପରିଧି
ଦେଖଣା
ପରିଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପରି+ଧା ଧାତୁ=ଧରିବା+କର୍ମ. ଇ)
[ସମ୍ପାଦନା]- ୧. (ଜ୍ୟାମିତି) ବୃତ୍ତର ଚତୁଃ ସୀମାରେ ଥିବା ରେଖା; ବେଢ଼ —୧. (geometry) Circumference of a circle.
- ୨. ସୂର୍ଯ୍ୟ ବା ଚନ୍ଦ୍ରର ମଣ୍ଡଳ — ୨. The disc or orb of the sun & the moon.
- ୩. ବୃତ୍ତ —୩. Circle.
- ୪. ପରିବେଷ୍ଟନ —୪. Surrounding.
- ୫. ଚକ୍ରବାଳ; ଦିଗ୍ୱଳୟ —୫. Horizon.
- ୬. ସୂର୍ଯ୍ୟ ବା ଚନ୍ଦ୍ରର ଚାରି ପାଖରେ ପଡ଼ିବା ବଳୟାକାର ଉଜ୍ଜ୍ୱଳ ରେଖା —୬. A halo or bright circle seen round the sun & the moon.
ସୂର୍ଯ୍ୟ ମଣ୍ଡଳରେ ତ ପଡ଼ିଲା ପରିଧି—କୃଷ୍ଣସିଂହ. ମହାଭାରତ. ବନ
- ୭. ଚକର ପହି — ୭. The rim or circumference of a wheel.
- ୮. ବାଡ଼; ଘେର — ୮. Fencing; enclosure. (M.W.)
- ୯. ଯଜ୍ଞାଗ୍ନିକୁ ସ୍ୱସ୍ଥାନରେ ରଖିବା ପାଇଁ ଅଗ୍ନିର ଚାରିପାଖେ ସ୍ଥାପିତ ୩ ଖଣ୍ଡ ଲମ୍ୱ ଡାଳ ବା କାଠି —୬. The three fresh sticks laid round a sacrificial fire to keep it together. (M.W.)
[ଦ୍ରଷ୍ଟବ୍ୟ —ଏ ତିନି ଖଣ୍ଡ କାଠିକୁ ଯଥାକ୍ରମେ ମଧ୍ୟମ ଦକ୍ଷିଣ ଓ ଉତ୍ତର ପରିଧି ବୋଲାଯାଏ —M.W.]
- ୧. (ପୃଥିବୀର ସ୍ଥଳଭାଗକୁ ବେଢ଼ି ଥିବାରୁ) ସମୁଦ୍ର — ୧୦. The ocean.
- ୧୧. ପରିଧେୟ ବସ୍ତ୍ର; ଲୁଗା; ପୋଷାକ (ହିନ୍ଦୀ - ଶ.) — ୧୧. Clothes; dress; garment.
- ୧୨. ଘୋଡ଼ଣୀ —୧୨. Cover. (M.W.)
- ୧୩. (ଜ୍ୟୋତିଷ; ସୂର୍ଯ୍ୟସିଦ୍ଧାନ୍ତ) ପ୍ରଥମ କ୍ଷୁଦ୍ର ବୃତ୍ତର ପରିଧିରେ ଥିବା ବିନ୍ଦୁକୁ କେନ୍ଦ୍ର କରି ଅଙ୍କିତ ବୃତ୍ତ — ୧୩. Epicycle. (M.W.)
- ୧୪. ଯଜ୍ଞୀୟ ପଶୁ ଯେଉଁ ଡାଳରେ ବନ୍ଧାଯାଏ — ୧୪. The branch of the tree to which the sacrificial victim is tied. (M.W.)