Jump to content

ପରିବୃତ୍ତି

ଉଇକିଅଭିଧାନ‌ରୁ

ପରିବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ବୃତ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. ପରିବର୍ତ୍ତନ —୧. Change.
୨. ବିନିମୟ —୨. Exchange; barter.
୩. (ସାହିତ୍ୟ) ଅଳଙ୍କାବିଶେଷ — ୩. A figure of speech in which there is an exchange of a thing for what is equel, less or greater.

[ଦ୍ରଷ୍ଟବ୍ୟ —ଏକ ପଦାର୍ଥ ଅନ୍ୟ ସମାନ ନ୍ୟୂନ ପଦାର୍ଥଦ୍ୱାରା ପରିବର୍ତ୍ତିତ ହେଲେ ପରିବୃତ୍ତି ଅଳଙ୍କାର ହୁଏ; ଯଥା— ତୋ ଦେହରୁଶୈତ୍ୟ ନେଇ ଗନ୍ଧବହ— ତୀରବାସୀଙ୍କି ଦେଇଛି ତାହାଙ୍କ ସନ୍ତାପ ନେଇ ଅବ୍ଧି ଗଭେ ବାଡ଼ବଛଳେ ଥୋଇଛି କୁଳମଣି, ଅଳଙ୍କାରତରଙ୍ଗିଣୀ

ଯେହିଁ ଅଳଙ୍କାରରେ ଗୋଟିଏ ବସ୍ତୁକୁ ଦେଇ ଅନ୍ୟ ସମାନ ବା ଅସମାନ (ଅଧିକ ବା ନ୍ୟୂନ) ବସ୍ତୁ ଆଣିବାର କଥିତ ହୁଏ ତାହା ପରିବୃତ୍ତି ଅଳଙ୍କାର; ଯଥା—ମୃଗଲୋଚନା ମୋତେ ତାହାର କଟାକ୍ଷକୁ ଦେଇ ମୋ ହୃଦୟକୁ ନେଇଅଛି ଓ ମୁଁ ମୋ ହୃଦୟକୁ ଦେଇ ମଦନ—ଜ୍ୱରକୁ ପାଇଅଛି ସମାନ ବସ୍ତୁ ସଙ୍ଗେ ସମାନ ବସ୍ତୁର ବିନିମୟ କଳ୍ପିତ ହେଲେ ସମପରିବୃତ୍ତି ହୁଏ; ଅସମ ବସ୍ତୁର ବିନିମୟ ହେଲେ ବିଷମପରିବୃତ୍ତି ହୁଏ—ହିନ୍ଦୀ - ଶବ୍ଦସାଗର]

୪. ପ୍ରତ୍ୟାବୃତ୍ତି; ଫେରିବା — ୪. Return; turning back (Apte)
୫. ସମାପ୍ତି —୫. End; termination (Apte).
୬. ଘେର; ବେଷ୍ଟନ (ହିନ୍ଦୀ - ଶ) — ୬. Surrounding (Apte)
୭. କୌଣସି ସ୍ଥାନରେ ବାସ କରିବା ବା ରହିବା — ୭. Staying or dwelling in a place (Apte)
୮. ଲିଙ୍ଗର ଅଗ ଚମର ସଂକୋଚନ — ୮. The contraction of the prepuce or foreskin of the penis.
୯. ରଚନାରେ ଭବାର ପରବର୍ତ୍ତନ କରି ଏକ ଶବ୍ଦ ସ୍ଥଳରେ ଅନ୍ୟ ଶବ୍ଦର ବ୍ୟବହାର — ୯. Substitution of one word for another without affecting the sesne (Apte).

(ଯଥା—ବୃକ୍ଷଧ୍ୱଜ ପରିବର୍ତ୍ତରେ ବୃଷଲାଞ୍ଚନ ବା ବୃକ୍ଷବାହନ ଶବ୍ଦର ପ୍ରୟୋଗ)