ପରିବେତ୍ତା
ଦେଖଣା
ପରିବେତ୍ତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ପରି=ପୂର୍ବରୁ+ବିଦ୍ ଧାତୁ=ଲାଭ କରିବା +କର୍ତ୍ତୃ. ତୃ; ୧ମା. ୧ବ.)
[ସମ୍ପାଦନା]ବଡ଼ ଭାଇ ଅବିବାହିତ ଥାଉଁ ଥାଉଁ ବିବାହିତ ସାନ ଭାଇ —A person who gets married before his elder brother is married.
[ଦ୍ରଷ୍ଟବ୍ୟ —ବଡ଼ ଭାଇ ଦେଶାନ୍ତରଗାମୀ, ନପୁଂସକ, ପତିତ, ମୂକ, ବଧୀର, ଅନ୍ଧ, କୋଢ଼ି, ବିବାହ କରିବାକୁ ଅନିଚ୍ଛୁକ, ବେଶ୍ୟାସକ୍ତ ଓ ଚିରରୋଗୀ ହେଲେ, କିମ୍ୱା ଆପଣାର ଅନ୍ତର ଭାଇ ହୋଇଥିଲେ, କିମ୍ୱା ସାନ ଭାଇକୁ ବିବାହ କରିବାକୁ ଅନୁମତି ଦେଲେ ବଡ଼ ଭାଇ ବିବାହିତ ନ ହୋଇ ସାନ ଭାଇ ବିବାହ କରିବାର ଶାସ୍ତ୍ରବିଧି ଅଛି ଅବିବାହିତ ବଡ଼ ଭାଇକୁ ପରିବିର୍ଣ୍ଣ, ପରିବିତ୍ତ, ପରିବିତ୍ତି ବୋଲାଯାଏ]