Jump to content

ପରିମଳ

ଉଇକିଅଭିଧାନ‌ରୁ

ପରିମଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପରି= ଚାରିଆଡ଼େ+ ମଳ୍ ଧାତୁ= ଧାରଣ କରିବା+ ଭାବ. ଅ)

[ସମ୍ପାଦନା]
୧. ଚନ୍ଦନ ଆଦିର ଲେପନ ଜନିତ ସୁଗନ୍ଧ —୧. Perfume arising from the paste of fragrant substance.
୨. ପୁଷ୍ପଆଦିରୁ ଉତ୍ଥିତ ସୁବାସ — ୨. Smell arising from flowers; scent.
୩. ସମ୍ଭୋଗ —୩. Enjoyment.
୪. ମୈଥୁନ —୪. Copulation; connubial pleasure.
୫. ସଜ୍ଜନ ସହବାସ — ୫. Living with good people.
୬. ପଣ୍ଡିତମାନଙ୍କ ସମ୍ମିଳନୀ — ୬. A meeting of learned men.
୭. କଳଙ୍କ —୭. Stain. (M.W.)
୮. ଦଳନ; ବାଟିବା (ହିନ୍ଦୀ - ଶ.) — ୮. Pounding; pasting; bruising.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅବସ୍ଥା —୧. Condition; state.
୨. ଆଭ୍ୟନ୍ତରୀଣ ଅବସ୍ଥାର ପୂର୍ବସୂଚନା; ପରିଗୁଣ — ୨. Indication.

ଗାଁ ପରିମଳ ଧୋବାତୁଠରୁ ଜଣା ଢଗ

୩. ମେଳି; ଗହଳି —୩. Crowd.

ଯାତ୍ରା ପରିମଳ ଦେଉଳକୁ ଯିବା ବେଳେ, ଶଶିସେଣା ମୁଖକୁ କୁମର ଅନାଇଲେ ପ୍ରାଚୀ, ପ୍ରତାପ ଶଶିସେଣା

ଦେଶଜ - ବିଶେଷଣ -

[ସମ୍ପାଦନା]

ସୁବାସିତ; ସୁଗନ୍ଧଯୁକ୍ତ — Fragrant; sweet swelling.

ନାନା କୁସୁମେ ପରିମଳ ହୃଦେ ଲମ୍ୱଇ ବନମାଳ ଜଗନ୍ନାଥ, ଭାଗବତ