ପରିମୁଣ୍ଡା ଯିବା
ଦେଖଣା
ପରିମୁଣ୍ଡା ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରିମୁଣ୍ଡା ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣାର ଦୀନତା ପ୍ରକାଶ କରିବା — ୧. To express one's humility.
ବଢ଼ାଇ ପଣକୁ ନାଥ ପରିମୁଣ୍ଡା ଯାଇ କୃଷ୍ଣସିଂହ, ଦେଉଳତୋଳା
- ୨. ଧନ୍ୟ ଧନ୍ୟ କରିବା; ପ୍ରଶଂସା କରିବା — ୨. To praise; to eulogise.
- ୩. ମନରେ ଦୁଃଖ କରିବା —୩. To be sorry.
- ୪. ନେହୁରା ହେବା —୪. To respect humbly.
ବ୍ରହ୍ମା ଏ କହିଲେ ଏକା ପରିମଣ୍ଡାଯାଇ, ସତ କହ ଦେଉଳ ବାହାର ଅଟଳ କୃଷ୍ଣଦାସ, ଦେଉଳତୋଳା
- ୫. ଅନ୍ୟ କୃତ ଦୋଷ ଅପରାଧର ଦାୟିତ୍ୱକୁ ମୁଣ୍ଡରେ ନେବା —୫. To take the blame for the fault of another on one's head.
- ୬. ଅଭିମାନ କରିବା —୬. To be sullen on account of displeasure.
- ୭. ନମସ୍କାର କରବା — ୭. To bow down in revernce.
ସେ ସୀତାବାସଙ୍କୁ ନମଇଁ, ଚରଣେ ପରିମଣ୍ଡା ଯାଇ ଜଗନ୍ନାଥ. ଭାଗବତ