ପରିସଂଖ୍ୟା
ଦେଖଣା
ପରିସଂଖ୍ୟା
ଉଚ୍ଚାରଣ
[ସମ୍ପାଦନା](ପରିସଂଖ୍ୟାତ—ବିଣ)
ସଂସ୍କୃତ - ବିଶେଷ୍ୟ - (ପରି+ସଂଖ୍ୟା)
[ସମ୍ପାଦନା]- ୧. ଗଣନା — ୧. Calculation; enumeration.
- ୨. ମୋଟ; ସମଷ୍ଟି —୨. Sum; total. (M.W.)
- ୩. ପୁନରାବୃତ୍ତି —୩. Recapitulation. (apte)
- ୪. କାବ୍ୟର ଅଳଙ୍କାରବିଶେଷ —୪. A rhetorical figure in which by the special mention of a thing similar things are excluded.
[ଦ୍ରଷ୍ଟବ୍ୟ —ପ୍ରଶ୍ନପୂର୍ବକ ହେଉ ବା ପ୍ରଶ୍ନ ବ୍ୟତିରେକେ ହେଉ କଥିତ ବସ୍ତୁଦ୍ୱାରା ଯେବେ ତତ୍ ସଦୃଶ ବସ୍ତୁର ନିଷ୍ଧ କରାଯାଏ, ତାହାହେଲେ ପରିସଂଖ୍ୟା ଅଳଙ୍କାର ହୁଏ, ଯଥା ===
ସଂସାରେ କି ବସ୍ତୁ ଅଟଇ ମାନବର ଭୂଷଣ? ଯଶ ଏକା ନୁହେ ରତନ ହେଜ ବାଳକଗଣ କାହାକୁ କରିବା ଜୀବନେ ଯତ୍ନେ ଅନୁକରଣ? ଆର୍ଯ୍ୟଜନ—ପୂଣ୍ୟ ଚରିତ, ନୁହେଁ ପାପାତରମ କେ ଅଟେ ପ୍ରକୃତ ନୟନ? ମନ, ନୁହେଁ ଏ ଆଖି, ଆତ୍ମା ଏକା ସିନା ଅଟଇ ପାପ ପୂଣ୍ୟର ସାକ୍ଷୀ କୁଳମଣି, ଅଳଙ୍କାର ତରଙ୍ଗିଣୀ