Jump to content

ପରିସର୍ପ

ଉଇକିଅଭିଧାନ‌ରୁ

ପରିସର୍ପ

ଉଚ୍ଚାରଣ

[ସମ୍ପାଦନା]

(ପରିସର୍ପଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ସୃପ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. କୌଣସି ବସ୍ତୁ ବା ବ୍ୟକ୍ତିକୁ ଖୋଜିବାକୁ ଯିବା — ୧. Going about in search of.
୨. ପଶ୍ଚାଦ୍ଧାବନ —୨. Pursuing.
୩. ଟହଲିବା —୩. Walking about; roving.
୪. ବେଢ଼ିବା; ପରିବେଷ୍ଟନ — ୪. Surrounding; encircling.
୫. (+କର୍ତ୍ତୃ. ଅ) ସର୍ପବିଶେଷ — ୫. A species of serpent.
୬. କ୍ଷୁଦ୍ର କୁଷ୍ଠବିଶେଷ — ୬. Name of a mild form of leprosy. (M.W.)

[ ଦ୍ର—ସୁଶ୍ରୁତ ଅନୁସାରେ ୧୧: ପ୍ରକାର କ୍ଷୁଦ୍ର କୁଷ୍ଠ ରୋଗ୍ୟମଧ୍ୟରୁ ଏହା ଏକତମ; ଏଥିରେ ଦେହରେ ଛୋଟ ଛୋଟ ବ୍ରଣ ପରି ଫଳିଯାଏ ଓ ତାହା ଦେହ ତମାମ କ୍ରମଶଃ ବ୍ୟାପେ ଏ ବିଷ୍ଫୋଟକରୁ ପୂଜ ବାହାରେ ହିନ୍ଦୀ - ଶ.]

୭. (+ଭାବ. ଅ) କୌଣସି ବ୍ୟକ୍ତିର ଠିକଣା ଜଣା ନ ଥିବା ସ୍ଥଳରେ ସେ ଯେଉଁ ବାଟରେ ଯାଇଅଛି ତହିଁରେ ପରିଲକ୍ଷିତ ଚିହ୍ନ, ଖୋଜ ଆଦିଦ୍ୱାରା ଉକ୍ତ ବ୍ୟକ୍ତିକୁ ଖୋଜିବା — ୭. Tracking a person by following his foot- steps or other signs left by him.
୮. (+ଭାବ. ଅ) ଭୂମିରେ ଘୁଷୁରି ଘୁଷୁରି ଯିବା (ହିନ୍ଦୀ - ଶ.) — ୮. Crawling.