Jump to content

ପର୍ବ

ଉଇକିଅଭିଧାନ‌ରୁ

ପର୍ବ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ)

[ସମ୍ପାଦନା]
୧. ସନ୍ଧି; ଗ୍ରନ୍ଥି; ଗଣ୍ଠି — ୧. Knot; joint; knuckle.
୨. ଆଖୁ; ବେତଆଦିରେ ଦୁଇଟି ଗଣ୍ଠି ମଧ୍ୟସ୍ଥ ଅଂଶ; ଆଙ୍ଗୁଠିର ଦୁଇ ଗଣ୍ଠି ମଧ୍ୟସ୍ଥ ଅଂଶ; ପବ; ଗଣ୍ଠି —୨. The part of a cane between two knots; internode.
୩. ଆମାବାସ୍ୟା ଓ ପ୍ରତିପଦାର ସନ୍ଧି —୩. The juncture between the newmoon and its next day.
୪. ଯାତ୍ରା; ବରବ; ଉତ୍ସବ —୪. Festival; an occasion of rejoicing.

ବୋଲିବା କି ମାତା ତୁମ୍ଭେ, ରାହୁ ହେଲେ ଏ ଆରମ୍ଭେ ପର୍ବକାଳେ ବେନିକୁଳେ ଗ୍ରାସେ—ଭଞ୍ଜ. ବୈଦେହୀଶବିଳାସ

୫. ଅଙ୍ଗଭଙ୍ଗୀ —୫. Gesture.
୬. ମାହାଭାରତରେ ୧୮: ଗୋଟି ବିଭାଗ — ୬. Parts (nimbering ୧୮) of the Mahāhārat.
୭. ପୁସ୍ତକର ଅଧ୍ୟାୟ — ୭. Section or chapter of a book.
୮. ଅଷ୍ଟମୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ଆମାବାସ୍ୟା ଓ ସଂକ୍ରାନ୍ତି, ଏହି ପାଞ୍ଚଗୋଟି ବିଶେଷ ତିଥି —୮. The ୮th, ୧୪th, fullmoon and newmoon of the lunar month and the first day of the solar month.
୯. ପ୍ରସ୍ତାବ —୯. Proposal.
୧. କ୍ଷଣ —୧୦. Moment; instant (M.W.).
୧୧. ବିଷୁବ; ସମଦିବା ରାତ୍ର — ୧୧. Equinox; solstice (M.W.)
୧୨. ଧର୍ମ, ପୁଣ୍ୟ କାର୍ଯ୍ୟ ବା ଉତ୍ସବାଦିର ସମୟ — ୧୨. Holiday.
୧୩. ଦେହର ଅଙ୍ଗ, ପ୍ରତ୍ୟଙ୍ଗ ଓ ହାଡ଼ର ଗଣ୍ଠି —୧୩. A limb; member; joint of the body; knuckle (M.W.)
୧୪. ଅଂଶ; ବିଭାଗ —୧୪. Portion; part; division (M.W.)
୧୫. ସିଢିର ପାହାଞ୍ଚ; ପାବଛ — ୧୫. The step of a staircare (M.W.)
୧୬. ନିର୍ଧାରିତ କାଳାଂଶ —୧୬. A period; fixed time; (M.W.)
୧୭. ଅଷ୍ଟମୀ, ଚତୁର୍ଦଶୀ, ଅମାବାବ୍ସ୍ୟା ଓ ପୂର୍ଣିମାରେ କୃତ୍ୟ ଯଜ୍ଞବିଶେଷ —୧୭. A sacrific performed on the occasion of a change of the moon (M.W.).
୧୮. ସୂର୍ଯ୍ୟ ବା ଚନ୍ଦ୍ରର ଗ୍ରହଣ — ୧୮. Solar or lunar eclipse. (M.W.)
୧୯. ସୁଯୋଗ ବା ସୁବିଧା — ୧୯. An opportunity or occasion (M.W.).
୨. ଚନ୍ଦ୍ର ପକ୍ଷ (ହିନ୍ଦୀ - ଶ) —୨୦. Lunar fort night.

ଦେଶଜ - .ବି

[ସମ୍ପାଦନା]
୧. ବ୍ୟାପାର; ଘଟଣା — ୧. Happening; event; affair.
୨. ଗୋଳମାଳ —୨. Ado; noise.