ପଲ୍ହବ
ପଲ୍ହବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭାରତ ଇତିହାସ)
[ସମ୍ପାଦନା]- ୧. ଖ୍ରୀଷ୍ଟ ପୂର୍ବ ୨୫:ରୁ ଖ୍ରୀଃ ୧ ସାଲ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ରାଜତ୍ୱ କରୁଥିବା ରାଜବଂଶ — ୧. Name of an ancient Royal family of South India.
[ଦ୍ରଷ୍ଟବ୍ୟ —ଅ ରାଜବଂଶ ସପ୍ତମ ଶତାବ୍ଦିରେ ଦକ୍ଷିଣ ଭାରତରେ କାଞ୍ଚିଠାରେ ରାଜତ୍ୱ କରୁଥିଲେ ଏ ସପ୍ତମ ଦାକ୍ଷିଣାତ୍ୟ ଜୟ କରି— ଥିଲେ ଚୀନ ପରିବ୍ରାଜକ ହୁଏନସାଂ ଭାରତକୁ ଆସିବା ସମୟ (ଖ୍ରୀ୬୪: )ରେ କାଞ୍ଚିରେ ପଲ୍ହବରାଜ ନରସିଂହବର୍ମା ଦାକ୍ଷିଣାତ୍ୟର ପ୍ରଧାନ ନରପତି ହୋଇଥିଲେ ପଲ୍ହବ ରାଜାମାନେ ପ୍ରଥମେ ରାଜମହେନ୍ଦ୍ରୀ (ବେଙ୍ଗୀ)ରେ ରାଜତ୍ୱ କରୁଥିଲେ ତତ୍ପରେ ସେଠାରୁ ବିତାଡ଼ିତ ହୋଇ କାଞ୍ଚିରେ ରାଜଧାନୀ କଲେ ତତ୍ପରେ ଖ୍ରୀ୧ରେ ଚୋଳରାଜା ରାଜରାଜଦେବ ଏ ବଂଶର ରାଜାକୁ ପରାସ୍ତ କରି ଏହାଙ୍କ ଆଧିପତ୍ୟ ଲୋପ କଲେ ବର୍ତ୍ତମାନ ମାନ୍ଦ୍ରାଜ ପ୍ରଦେଶର ପୁଦୁକୋଟା ରାଜା ଏହି ପଲ୍ହବରାଜାଙ୍କ ବଂଶଧର ଅଶୋକ ଖ୍ରୀ. ପୂ ୨୫:ରେ ଏହି ପଲ୍ହବ ରାଜ୍ୟକୁ ବୌଦ୍ଧ ପ୍ରଚାରକ ପଠାଇ— ଥିଲେ; କିନ୍ତୁ ସେ ସମୟରେ ପଲ୍ହବରାଜ୍ୟ ଗୁଜରାଟରେ ଥିଲା (ହିନ୍ଦୀ - ଶ.)
ଏ ରାଜାମାନେ କୁରୁରାଜାଙ୍କର ମିତ୍ରରାଜା ଥିବାର ମହାଭାରତରେ ଉଲ୍ଲେଖିତ ଅଛି କେହି କେହି ପଣ୍ଡିତ କହନ୍ତି କହନ୍ତି ଯେ ମହାଭାରତରେ ଏମାନଙ୍କର ଓ ଶକ ଓ ଯବନମାନଙ୍କର ନାମ ପରବର୍ତ୍ତୀ କାଳର ଲେଖକତମାନେ ଗୁଞ୍ଜି ଦେଇଅଛନ୍ତି
ମନୁ ସଂହିତାରେ ପଲ୍ଲବ ଗୋଟିଏ ମ୍ଳେଛ ଜାତି ମଧ୍ୟରେ ଗଣିତ]
- ୨. ପ୍ରାଚୀନ ପଲ୍ହବ ରାଜାଙ୍କଦ୍ୱାରା ଶାସିତ ଦାକ୍ଷିଣାତ୍ୟର ପ୍ରାଚୀନ ଜାତିବିଶେଷ —୨. The people of south India governed by the Palhaba kings; the Parthians who settled in South India.
[ଦ୍ରଷ୍ଟବ୍ୟ —ଏମାନେ ଦକ୍ଷିଣ ଇଉରୋପୀର ପାର୍ଥିଆରୁ ଆସି ପ୍ରଥମେ ପାରସ୍ୟରେ ତତ୍ପରେ ପଶ୍ଚିମୋତ୍ତର ଭାରତରେ, ତତ୍ପରେ ପଶ୍ଚିମ ଭାରତରେ ଓ ସର୍ବଶେଷରେ ଦକ୍ଷିଣଭାରତରେ ବସତି କରିଥିଲେ]
- ୩. ଏକ ପ୍ରାଚୀନ ଫାରସୀ ବା ଇରାନୀ ଜାତି — ୩. The Pelhabis , an ancient Persian nation.
[ଦ୍ରଷ୍ଟବ୍ୟ —ମନୁସ୍ମୃତି, ରାମାୟଣ, ମହାଭାରତ ଆଦି ପୁସ୍ତକରେ ଖସ, ଯବନ, ଶକ, କାମ୍ୱୋଜ, ବାହ୍ଲୀକ, ପାରଦ ଆଦି ପଶ୍ଚିମଭାରତବାସୀ ଜାତିମାନଙ୍କ ସଙ୍ଗେ ପହ୍ଲବ ଜାତିର ଉଲ୍ଲେଖ ଅଛି ଉକ୍ତ ଗ୍ରନ୍ଥ— ମାନଙ୍କର ସାଧାରଣତଃ ପାରସ୍ୟବାସୀ ବା ଇରାନୀମାନଙ୍କ ପଲ୍ହବ ନାମ ଦିଆ ଯାଇଅଛି କେତେକ ଇଉରୋପୀୟ ଐତିହାସିକ ପଲ୍ଲବଶବ୍ଦକୁ ପାର୍ଥିଆ ନିବାସୀ ପାରଦ (ଜାତି)ର ଅପଭ୍ରଂଶ ଥିବାର କହନ୍ତି, କିନ୍ତୁ ସଂସ୍କୃତଗ୍ରନ୍ଥମାନଙ୍କର ପଲ୍ଲବ ଓ ପାରଦ ସ୍ୱତନ୍ତ୍ର ଜାତି ଥିବାର କଥିତ ହରିବଂଶ ଓ ମନୁସଂହିତା ମତରେ ପାରଦ, ଶକ ଆଦି ଜାତିଙ୍କ ପରି ପଲ୍ଲବମାନେ ପ୍ରଥମେ କ୍ଷତ୍ରିୟ ଥିଲେ, ପରେ ସଂସ୍କାର ଭ୍ରଷ୍ଟ ହୋଇ ପତିତ ଥିଲେ ସଗରରାଜା ଏମାନଙ୍କୁ ବଳାତ୍କାର କ୍ଷତ୍ରିୟ ଧର୍ମରୁ ପତିତ କରାଇ ମ୍ଳେଛରୂପେ ପରିଣତ କଲେ ବାଲ୍ମୀକୀୟ ରାମାୟଣରେ ବଶିଷ୍ଠଙ୍କ ଗାଭୀ ଶବଳାର ହମ୍ୱାରବରୁ ପଲ୍ଲବଜାତି ଜନ୍ମିଥିବାର କଥିତ (ହିନ୍ଦୀ - ଶ.)]
- ୪. ପାରସ୍ୟର ଅନ୍ତର୍ଗତ ଏକ ପ୍ରଦେଶ ଓ ନଗର (ହିନ୍ଦୀ - ଶ.) — ୪. Name of an ancient province and town of Persia.
- ୫. ପ୍ରାଚୀନ ପାରସ୍ୟଦେଶ (ହିନ୍ଦୀ - ଶ.) — ୫. Ancient Persia.
- ୬. ପ୍ରାଚୀନ ପ୍ରାରସ୍ୟ ବା ଇରାନରେ ପ୍ରଚଳନ ପ୍ରାଚୀନ ଭାଷା ବିଶେଷ —୬. The Pelhabi language; an ancient lauguage of Persia.
[ଦ୍ରଷ୍ଟବ୍ୟ —ଏହା ଅତି ପ୍ରାଚୀନ ଫରାସୀ ଓ ଆଧୁନିକ ଫାରସୀର ଏକ ମଧ୍ୟବର୍ତ୍ତୀ ଭାଷା ପ୍ରାଚନ ଫରାସୀ ଭାଷାରେ ଲିଖିତ ପାର୍ଶୀମାନଙ୍କର ଧର୍ମଗ୍ରନ୍ଥ 'ଯେନ୍ଦାବେସ୍ତା'ର ଅନୁବାଦ ଓ ଟୀକାମାନ ଏହି ଭାଷାରେ ଲେଖା ହୋଇଥିଲା ଏହି ଭାଷାରେ ସେମିଟିକ (Semitic) ଶବ୍ଦମାନଙ୍କ ବହୁଳତା ଦେଖାଯାଏ (ହିନ୍ଦୀ - ଶ.) ===