ପଶା କାଠି
ଦେଖଣା
ପଶା କାଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଶକ ଓ କାଷ୍ଠ)
[ସମ୍ପାଦନା]- ୧. କାଠ ବା ହାତୀଦାନ୍ତ ବା ଶିଂଘ ନିର୍ମିତ ପଶା ଖେଳିବାର ଚିହ୍ନଯୁକ୍ତ କାଠି — ୧. Dice.
କହି ନ ପାରିଲୁ ପଶାକାଠିକି—ଭଞ୍ଜ, ବୈଦେହୀଶବିଳାସ
[ଦ୍ରଷ୍ଟବ୍ୟ —ଏହା ୩ ଖଣ୍ଡ; ପ୍ରତ୍ୟେକର ଚାରି ପିଠିରେ ଗୋଲାକାର ବିନ୍ଦୁମାନ ଥାଏ, ଗୋଟିଏ ପିଠିରେ ୧; ୨: ୟରେ ୨; ୩: ୟରେ ୫ ଓ ଚତୁର୍ଥରେ ୬ ଗୋଟି ଗୋଲ ବିନ୍ଦୁଥାଏ; ପଶା ଖେଳିବା ସମୟରେ ଏହି ୩ଖଣ୍ଡିକାଠି ଗଡ଼ାଇବାକୁ ହୁଏ
ପଶା ଖେଳରେ ବ୍ୟବହୃତ ଅନ୍ୟ କେତୋଟି ଶବ୍ଦ ଅଡ଼ି (ସଂସ୍କୃତ - ଅଳି)= ପଶା ଗୋଟି ଚଳିବାର ବାଟରେ ପ୍ରତିବନ୍ଦକ; ଯୁଗ (ସଂସ୍କୃତ - ଯୁଗ୍ମ)= ଦୁଇଟି କାଠିରେ ସମ ସଂଖ୍ୟକ ଦାନ ପଡ଼ିଲେ ଦୁଇଟି ଗୋଟୀ ଏକତ୍ର ଚଳିବାର ପ୍ରଣାଳୀ]
- ୨. ଏକ ପ୍ରକାର ସରୁଧାନ — ୨. A species of fine paddy.