Jump to content

ପହଣ୍ଡି ବିଜୟ

ଉଇକିଅଭିଧାନ‌ରୁ

ପହଣ୍ଡି ବିଜୟ

ଉଚ୍ଚାରଣ

[ସମ୍ପାଦନା]

ପହଣ୍ଡି ବିଜୟେ, ପହଣ୍ଡି ବିଜେଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭ୍ରମଣ; ପାଦ ଚାରଣ — ୧. A walk.
୨. ଧୀରେ ଧୀରେ ପଦକ୍ଷେପ ପୂର୍ବକ ଚାଲି —୨. Walking by slow steps.
୩. ଗୁଣ୍ଡିଚା ଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ଦେଉଳରୁ ରଥ ଉପରକୁ, କିମ୍ୱା ରଥରୁ ଓହ୍ଲାଇ ଦେଉଳକୁ ନିଆ ହେବା ପୂର୍ବରୁ ଯଥାକ୍ରମେ ଦେଉଳରୁ ରଥ ପର୍ଯ୍ୟନ୍ତ କିମ୍ୱା ରଥଠାରୁ ଦେଉଳ ପର୍ଯ୍ୟନ୍ତ ତାଙ୍କୁ ସେବକମାନେ ବାହାଦଣ୍ଡା କରି ଧରି ଓ ପାଟ ଡୋରିରେ ଟାଣି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଡିଆଇଁ ଡିଆଇଁ ନେବାର ବିଧି — The process of taking the images of idols Jagannātha, Baḻabhadra and Subhadrā in a stately procession by gradual leaps from the temple to the car or vice versa during the car-festival.

ପହଣ୍ଡି ବିଜୟେ କରନ୍ତି ତିନି ରଥରେ ତିନି ମୂର୍ତ୍ତି—ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା

[ଦ୍ରଷ୍ଟବ୍ୟ —ଏହି ପହଣ୍ଡି ବିଜୟ ଦୁଇ ପ୍ରକାର ଯଥା—୧ ଗୋଟି ପହଣ୍ଡି—ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ସର୍ବ ଶେଷରେ ଜଗନ୍ନାଥଙ୍କୁ ପୃଥକ୍ ପୃଥକ୍ କରି ପହଣ୍ଡି ବିଜେ କରାଇ ରଥ ଉପରକୁ ନେବା—୨ ଧାଡ଼ି ପହଣ୍ଡି=ସମୟର ଅଳ୍ପତା ଦୃଷ୍ଟିରେ ଆଗପଛ କରି ପ୍ରଥମେ ବଳଭଦ୍ର ତତ୍ପରେ ସୁଭଦ୍ରା ଓ ସର୍ବଶେଷରେ ଜଗନ୍ନାଥଙ୍କ ଦେଉଳମଧ୍ୟରୁ ନେଇ ସେମାନଙ୍କୁ ଏକା ଧାଡ଼ିରେ ଚଳାଇ ରଥ ଉପରକୁ ନେବା]