Jump to content

ପାଇକ

ଉଇକିଅଭିଧାନ‌ରୁ

ପାଇକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପଦାତିକ. ପ୍ରା. ପାଇକ୍କ;ସଂସ୍କୃତ - ପାୟିକ)

[ସମ୍ପାଦନା]
୧. ପଦାତିକ —୧. A foot soldier.

ଚାଲି ନ ପାଇକ ଆଗେ ପଣ ବହୁଥାଏ ମାଇପ ଆଗେ—ଢ଼ଗ

୨. ପିଆଦା —୨. Peon; footman.
୩. ଓଡ଼ିଶା ଗଡ଼ଜାତ ଓ ଖୋରଧା ଅଞ୍ଚଳରେ ଥିବା କ୍ଷତ୍ରିୟଜାତି— ବିଶେଷ —୩. A caste of Kshatriyas inhabiting Khurda and the hilly states of Orissa.

[ଦ୍ରଷ୍ଟବ୍ୟ —ଆଗେ ଏମାନେ ରାଜାଙ୍କର ସୈନ୍ୟ ହେଉଥିଲେ ଓ ବର୍ତ୍ତମାନ ପ୍ରହରୀ କାର୍ଯ୍ୟ କରନ୍ତି ପ୍ରାଚୀନ ଓଡ଼୍ର ମାନେ ସମରକୁଶଳ ଜାତି ଥିଲେ ଏମାନେ ପତିତ କ୍ଷଶ୍ରିୟ ଥିଲେ ଓ ଯୁଦ୍ଧ ଏମାନଙ୍କର ପ୍ରଧାନ ବ୍ୟବସାୟ ଥିଲା ] ପାଇକମାନଙ୍କ ମୁଖ୍ୟଙ୍କୁ "କ୍ଷତ୍ରିୟ ଖଣ୍ଡାୟତ" କୁହାଯାଉଥିଲା ଏଠାରେ ଖଣ୍ଡାୟତ ଅର୍ଥ ଏକ ବିଶାଳ ଭୂମଖଣ୍ଡକୁ ଆୟତ୍ତ କରୁଥିବା ବ୍ୟକ୍ତି ବା ମୁଖିଆ ବା ରାଜାଙ୍କ ଉଦ୍ଦେଶ୍ୟରେ କୁହାଯାଇଥାଏ। ଗଙ୍ଗ ବଂଶ ରାଜାମାନେ ଓଡ଼୍ରମାନଙ୍କୁ ସୈନ୍ୟ ଶ୍ରେଣୀଭୁକ୍ତ କଲେ ଓ ଏହି ଓଡ଼୍ରମାନଙ୍କ ନାମରୁ ମୁସଲମାନମାନେ ଏ ଦେଶକୁ ଓଡ଼୍ରଦେଶ ବା ଓଡ଼ିଶା ନାମରେ ଡ଼କିଲେ ଗଙ୍ଗ ଓ ସୂର୍ଯ୍ୟବଂଶର ରାଜାମାନଙ୍କ ରାଜତ୍ୱ ବେଳେ ଓଡ଼୍ରମାନେ ଦେଶର ନାନା ସ୍ଥାନରେ ଯାଗିରି ପାଇ ବାସ କଲେ ପରେ ଖୋରଧାରେ ଭୋଇବଂଶଙ୍କ ରାଜତ୍ୱ ଆରମ୍ଭରେ ଏମାନେ ଅଧିକ ସଂଖ୍ୟରେ ଖୋରଧା ମଧ୍ୟରେ ଯାଗିରି ପାଇ ବାସ କଲେ ଏହି ଓଡ଼୍ରମାନେ ସାଧାରଣତଃ ପଦାତିକ ସୈନ୍ୟ ଥିଲେ ଉତ୍କଳରେ ଅନ୍ୟ ଜାତି ମାନେ ମଧ୍ୟ ଓଡ଼୍ରଙ୍କ ସଙ୍ଗେ ମିଶି ପାଦତିକ ହୋଇଥିଲେ ସୁତରାଂ ସମସ୍ତ ପଦାତିକ ଦଳ ପାଇକ ନାମରେ ପରିଚିତ ହେଲେ ଏମାନେ ଖୋରଧାରେ ବସତି କରି ଯାଗିରି ଜମି ଚାଷ କରୁଥାନ୍ତି, ମାତ୍ର ଯୁଦ୍ଧ ବେଳେ ଡକରା ହେଲେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହେଉଥିଲେ ଅସ୍ତ୍ର ଶସ୍ତ୍ର ଓ ବ୍ୟବସାୟ ଭେଦରେ ପାଇକ ମାନେ ସାଧାରଣତଃ ୩ ଶ୍ରେଣୀରେ ବିଭକ୍ତ— ୧ ପହରୀ ପାଇକ—ଏମାନଙ୍କ ପ୍ରଧାନ ଶସ୍ତ ଲମ୍ୱା ଓ ସିଧା ତରବାରୀ ଏବଂ କାଠରେ ଚମ ଛିଆଣୀ ଓ ଲୁହା ଗୋବଥିବା ତାଲ; ଏମାନେ ଦୁର୍ଗ ଓ ରାଜ ନଅର ରକ୍ଷାରେ ନିଯୁକ୍ତି ଥିଲେ (୨) ବାଣୁଆ ପାଇକ—ପ୍ରଥମେ ଧନୁଶର ଏମାନଙ୍କର ପଧାନ ଅସ୍ତ୍ର ଥିଲା, ପରେ ପୁଣି ବନ୍ଧୁକ ବ୍ୟବହାର କଲେ ଯୁଦ୍ଧ ଅଭିଯାନରେ ଦୂର ଦେଶକୁ ଯିବା ପ୍ରଧାନତଃ ଏମାନଙ୍କର କାର୍ଯ୍ୟ ଥିଲା (୩) ଢେଙ୍କିଆ ବା ଢିଙ୍କିଆ ପାଇକ—ଧନୁଶର ଓ ଖଣ୍ଡ ଏମାନଙ୍କର ପ୍ରଧାନ ଅସ୍ତ୍ର ରାଜାଙ୍କ ଆଦେଶ ଅନୁସାରେ ରାଜା ମଧ୍ୟରେ ସାଧାରଣ ଶାନ୍ତିରକ୍ଷାଠାରୁ ଆରମ୍ଭ କରି ଶତ୍ରୁ ସହିତ ଯୁଦ୍ଧ କରିବା ପର୍ଯ୍ୟନ୍ତ ସକଳ କାର୍ଯ୍ୟ ପାଇଁ ଏମାନେ ସର୍ବଦା ପ୍ରସ୍ତୁତ ରହୁଥିଲେ ପାଇକ ମାନଙ୍କର ଯୁଦ୍ଧ ପରିଛଦ ମଧ୍ୟରେ ସମସ୍ତଙ୍କର ମସ୍ତକରେ ଟୋପି ଏବଂ ଶରୀରର ସର୍ବାଙ୍ଗ ବ୍ୟାଘ୍ର ଚର୍ମରେ ଆବୃତ ଓ ହଳଦୀ ତେଲରେ ରଞ୍ଦିତ ହେଉଥିଲା ମସ୍ତକର ବଡ଼ ସିନ୍ଦୁର ଟୋପା ଯୋଗେ ଏମାନଙ୍କ ଆକୃତ୍ତି ଭୀଷଣ ଦେଖା ଯାଉଥିଲା ଯୁଦ୍ଧ କ୍ଷେତ୍ରରେ ପାଇକ ମାନଙ୍କର ସାହାସ ଓ କୌଶଳ ପ୍ରସଂଶନୀୟ ଥିଲା ସେମାନେ ୩ ବର୍ଷ ପର୍ଯ୍ୟନ୍ତ ପ୍ରବଳ ମୁସଲ୍ମାନ ବାହିନୀ ସଙ୍ଗେ ଯୁଦ୍ଧ କରି ଦେଶ ରକ୍ଷା କରି ରାଜ୍ୟ ବଢ଼ାଇ ଥିଲେ ଏବଂ ଶତ ଶତ ବର୍ଷବ୍ୟାପି ପରାଧୀନତା ସତ୍ୱେ ମରହଟ୍ଟା ଅଶ୍ୱାରେହିନୀ ମାନଙ୍କର ସମକକ୍ଷ ଯୋଦ୍ଧା ହେଇ ଲଢ଼ିଥଲେ (କୃପାସିନ୍ଧୁ ଉତ୍କଳ ଇତିହାସ) ଅସଲ ଓଡ଼୍ର ପୂର୍ବ— ପୁରୁଷମାନଙ୍କ ବେଶଧର ପାଇକ ମାନଙ୍କୁ ଶୁଦ୍ର ପାଇକ ବୋଲାଯାଏ]