ପାଇକ ବିଦ୍ରୋହ
ପାଇକ ବିଦ୍ରୋହ
ଉଚ୍ଚାରଣ
[ସମ୍ପାଦନା](ପାଇକ ମେଳି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]୧୮୧୭: ଖ୍ରୀଷ୍ଟାଦ୍ଦରେ ଖୋରଧୋର ପାଇକ— ମାନେ କରିଥିବା ମେଳି — The Paik rebellion of Khurda of ୧୮୧୭. A. D.
[ଦ୍ରଷ୍ଟବ୍ୟ —ଇଂରେଜ ମାନେ ଓଡ଼ିଶା ଅଧିକାର କରିବା ପରେ ଖୋରଧାର ଇଂରାଜ ରାଜକର୍ମଚାରିମାନଙ୍କ କଠୋର ବ୍ୟବହାର, ପାଇକାନ୍ ଜାଗିରି ଉପରେ କର ବସାଇବା, ଲୁଣ କର ବସାଇବା ଓ ବଙ୍ଗାଳୀ ସରକାରୀ କର୍ମଚାରୀ ମାନେ କୋଳେ ବୋଳେ କୌଶଳେ ଜାଗିରି ନେବା ଯୋଗୁଁ ଉତ୍ତେଜିତ ହେଇଥିବା ପାଇକ ମାନେ ଖୋରଧା ରାଜାଙ୍କ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ୧୮୧୭: ସାଲ ମାର୍ଚ୍ଚ ମାସରେ ବିଦ୍ରୋହ କରିଥିଲେ ପ୍ରଥମେ ୪ କନ୍ଧ ଘୁମୁସରରୁ ଖୋରଧାକୁ ଆସି ଉତ୍ପାତ କଲେ ତାଙ୍କ ସଙ୍ଗେ ପୂର୍ବରୁ ଉତ୍ତେଜିତ ପାଇକ ମାନେ ଯୋଗ ଦେଲେ ଓ ବାଣପୁର ପୁଲିସଥାନା, କଚିରି, ସରକାରୀ ଘର ଓ ଧନ ଲୁଣ୍ଠନ କରି ଖୋରଧା, ଲେମ୍ୱାଇ ଓ ପୁରୀ ଅକ୍ରମଣ କଲେ ପରେ ଏମାନଙ୍କ ସଙ୍ଗେ କଟକ ଜିଲାର କୁଜଙ୍ଗ ଓ କନିକାର ପାଇକ ମାନେ ଯୋଗଦେଲେ ଏ ବିଦ୍ରୋହକୁ ଛ ମାସ ମଧ୍ୟରେ ଇଂରାଜମାନେ ସିପାହି ଓ ପଲଟଣଙ୍କ ସାହାଯ୍ୟରେ ଦମନ କରି ନେତାମାନଙ୍କୁ ଓ ବିଦ୍ରୋହୀ— ମାନଙ୍କୁ ପ୍ରାଣଦଣ୍ଡ, ଦ୍ୱୀପାନ୍ତର ଦଣ୍ଡ ଓ କାରାଦଣ୍ଡ ଦେଇ ଦମନ କଲେ ଓ ଖୋରଧାକୁ ଇଂରେଜ ସରକାର ନିଜର ଖାସ ମାହାଲ ରୂପେ ଗ୍ରହଣ ଶାସନ କଲେ (କୃପାସିନ୍ଧୁ ଉତ୍କଳ ଇତିହାସ)]