Jump to content

ପାକ

ଉଇକିଅଭିଧାନ‌ରୁ

ପାକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ପଚ୍ ଧାତୁ=ପାକ କରିବା+ଭାବ. ଅ)

[ସମ୍ପାଦନା]
୧. ରନ୍ଧନ; ରାନ୍ଧିବା; ରାନ୍ଧଣା; ରୁଷେଇ — ୧. Cooking.

ବିଧାନ କମଳା ସାର ପାକେ ଭୋଜ୍ୟ ଦେଲେ ସେ ଭଞ୍ଜ. ବୈଦେହୀଶବିଳାସ

[ଦ୍ରଷ୍ଟବ୍ୟ —ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ୪ ପ୍ରକାର ପାକ ହୁଏ; ଯଥା (୧) ଭୀମପାକ; (୨) ନଳ ପାକ; (୩)ସୌରୀ ପାକ; (୪) ଗୌରୀ ପାକ—ଜଗବନ୍ଧୁ ପ୍ରାଚୀନ ଉତ୍କଳ]

୨. ସିଝାଇବା —୨. Boiling.
୩. ଭାଜିବା —୩. Baking; roasting.
୪. ସିଝିବା; ସିଦ୍ଧ ହେବା —୪. Being boiled.
୫. ହଜମ; ପରିପାକ; ଜୀର୍ଣ୍ଣ ହେବା — ୫. Digestion; assimilation of food.
୬. ପରିଣତ; ପରିଣାମ; ଫଳ — ୬. Completion; development of consequences.

ବିପାକ କର୍ମ ପାକ ହେଲା ମିତ ଭଞ୍ଜ. ବୈଦେହୀଶବିଳାସ

୭. (ଫଳ ଆଦିର) ପକ୍ୱତା; ପାଚି ଯିବା — ୭. Ripening; ripeness (of fruit).
୮. ବଥ ଆଦି ପାଚିବା; ପୂଯପୂର୍ଣ୍ଣ ହେବା — ୮. Suppuration (of boils).
୯. ବାଳ ପାଚିବା —୯. Ripening of the hair;greyness (of the hair).
୧. ଦଉଡ଼ି ବା ସୂତାକୁ ଭଲ କରି ମୋଡ଼ିବା — ୧୦. Twisting of thread or string into a rope.
୧୧. ଉତ୍ତମରୂପେ ପରିଣତ ହେବା — ୧୧. Maturity, full development.
୧୨. ଇଟା ପୋଡ଼ା —୧୨. Burning of bricks. (M.W.)
୧୩. ରନ୍ଧା ଯାଇ ଥିବା ଖାଦ୍ୟ; ପକ୍ୱାନ୍ନ — ୧୩. Any cooked or dressed food. (M.W.)

ବ୍ରଜବାସୀ ବଇଷ୍ଣବ ସେ ପାକ ନ ଛୁଇଁ—ପ୍ରାଚୀ. ଶ୍ରୀଗୁରୁଭକ୍ତିଗିତା

୧୪. ବଥ —୧୪. Abscess; ulcer. (M.W.)
୧୫. ସମ୍ପୂର୍ଣ୍ଣତା; ପୂର୍ଣ୍ଣବସ୍ଥା; ପୋଖତ ହେବା ଅବସ୍ଥା — ୧୫. Completion; perfection. (M.W.)

ମନେ କଲେ ପୁତ୍ରକୁ ଖୋଜିବା କିପାଇଁ, ଆମ୍ଭ ଯତି ପଣତ ପାକ ହୋଇ ନାହିଁ କୃଷ୍ଣସିଂହ ମହାଭାରତ ଶାନ୍ତ

୧୬. ଉତ୍କଷ —୧୬. Excellence. (M.W.)
୧୭. ପୂର୍ବ ଜନ୍ମ କୃତ କର୍ମର ପରିମାଣ ବା ଫଳ — ୧୭. The development of the consequences of an act done in a former life. (M.W.)
୧୮. ଫଳବିଶିଷ୍ଟ କର୍ମ — ୧୮. Any act having consequences. (M.W.)
୧୯. ଯେଉଁ ଅଗ୍ନିରେ ପରିବାରର ପାକ କ୍ରିୟା ସମ୍ପାଦିତ ହୁଏ —୧୯. Domestic fire. (M.W.)
୨. ରାନ୍ଧିବା ପାତ୍ର; ରନ୍ଧନ ପାତ୍ର; ପାଗ ହାଣ୍ଡି — ୨୦. Cooking utensil. (M.W.).
୨୧. କୌଣସି ଦେଶରେ ରାଜଦ୍ରୋହ ବା ସମବହ ଊୟର ଉପସ୍ଥିତି — ୨୧. General panic or revolution in a country. (M.W.)
୨୨. ପାଗ; କୌଣସି ଦ୍ରବ୍ୟକୁ ଚିନି, ମିଶ୍ରି, କନ୍ଦ, ଗୁଡ଼ଆଦିର ଶିରାରେ ବା ମହୁରେ ବୁଡ଼ାଇ ପୁଆଇବା (ହିନ୍ଦୀ - ଶ.) —୨୨. The seasoning of any article in syrup or honey.
୨୩. (+କର୍ତ୍ତୃ. ଅକ) ଇନ୍ଦ୍ରଙ୍କଦ୍ୱାରା ନିହତ ଦୈତ୍ୟବିଶେଷ — ୨୩. A demon killed by Indra.

[ଦ୍ରଷ୍ଟବ୍ୟ —ଏହି ହେତୁରୁ ଇନ୍ଦ୍ରଙ୍କ ନାମ ପାକଶାସନ]

୨୪. ଶ୍ରାଦ୍ଧରେ ପିଣ୍ଡପାଇଁ ପାକ କରାଯାଇଥିବା ଖିରୀ (ହିନ୍ଦୀ - ଶ) — ୨୪. Gruel prepared with milk for being offered in Ṡrāddha.
୨୫. (+କର୍ତ୍ତୃ. ଅକ)—ପେଚକ —୨୫. Owl (Apte).
୨୬. (+କର୍ମ. ଅକ)—ଶସ୍ୟ —୨୬. Grain. (Apte).
୨୭. ଜୀବ ଶିଶୁ —୨୭. The young of an animal (M.W.).
୨୮. କଅଁଳା ପିଲା; ଶିଶୁ — ୨୮. A child; infant (M.W.).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୃହସ୍ଥର ପାଗହାଣ୍ଡିର ଏକସାର — ୧. A set of earthen cooking pots used in a family.
୨. କୌଣସି ବ୍ୟକ୍ତିର ଗୃହରେ ବା କୌଣସି ବ୍ୟକ୍ତିଦ୍ୱାରା ରନ୍ଧନ କରାଯାଇଥିବା ଅନ୍ନାଦି —୨. Food cooked in the home of or by a certain person.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଅତିଶିଶୁ —୧. Very young (M.W.).
୨. ସରଳନ୍ତଃକରଣ —୨. Simple-minded.
୩. ମୂର୍ଖ —୩. Ignorant.
୪. ଅକୃତ୍ରିମ —୪. Inartificial.
୫. ସତ୍; ସାଧୁ —୫. Honest.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସୁପରିପକ୍ୱ —୧. Well ripened.
୨. ଫଳ ପ୍ରସୂ —୨. Producing result.


୩. ପକ; ସିଦ୍ଧ —୩. Boiled; cooked; dressed.

ପାକମାଂସ ଗିରିଜିଣି, କୁଢ଼ାଇଲେ ଦୈତ୍ୟେଆଣି, ସହମ, ପୋଢ଼ୁଅ ଛେଳି ପାଶେ ଛାଡ଼ିଲେ ହେ ବିଶ୍ୱନାଥ, ବିଚିତ୍ରରାମାୟଣ

୪. ପରିଣତ —୪. Developed.