ପାକଲା
ଦେଖଣା
ପାକଲା
ଉଚ୍ଚାରଣ
[ସମ୍ପାଦନା]ପାକିଲା, ପାକେଲା, ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ଶୂଦ୍ରମାନଙ୍କ ବ୍ୟବହୃତ ଭାଷା) (ସଂସ୍କୃତ - ପକ୍ୱ)
[ସମ୍ପାଦନା]- ୧. ପାଚିଲା; ପକ୍ୱ (ଫଳ) —୧. Ripe (fruit).
- ୨. (ସଂସ୍କୃତ - ପ୍ରକ୍ଷାଳିତ) ପାଣିରେ କଷ କରାଯାଇ ଥିବା ସୁରଞ୍ଜିତ (ଗାମୁଛା) — ୨. Tinted reddish yellow, being seasonably immersed in water.
(ଯଥା—ପାକଲା ଗାମୁଛା)
- ୩. ଶୁଭ୍ର —୩. White; grey (hair).
(ଯଥା—ପାକଲା ବାଳ, ପାକଲା ଦାଢ଼ି)
- ୪. ବହୁଦିନ ବ୍ୟବହୃତ ହେବା ଯୋଗୁଁ ଓ ତେଲ ଆଦି ମରା ଯିବାରୁ ରକ୍ତାଭ ହୋଇଥିବା (ବାଉଁଶ ବାଡ଼ି) — ୪. (a bamboo stick) Which has assumed a reddish yellow tint by being used and handled for a very long and smeared with oil.
(ଯଥା—ପାକଲା ବାଡ଼ି)
- ୫. ଘିଅ ବା ତେଲ ଆଦି ବହୁକାଳ ପୂରା ଯାଇଥିବାରୁ ଯେଉଁ ମାଟି ଘଡ଼ିର ରନ୍ଧ୍ରମାନ ତେଲ ବା ଘିଅ ପିଇଥାଏ; ସଡ଼ — ୫. (earthen pot) The pores of which have become satirated with oil or ghee by constant use.
(ଯଥା—ପାକଲା ଘଡ଼ି)
- ୬. ଯେଉଁ ବ୍ରଣ ଆଦିରେ ପୂଜ ହୋଇଅଛି — ୬. Ripe (boil); suppurated.