ପାକଲା ଗାମୁଛା
ଦେଖଣା
ପାକଲା ଗାମୁଛା
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - (ଇତର)—(ପାକଲା+ଗାମୁଛା)
[ସମ୍ପାଦନା]ପାଣିକଷ ହୋଇ ନାଲି କରା ଯାଇଥିବା; ସୁରଞ୍ଜିତ ଗାମୁଛା —A napkin which has been tinged red by a special process of seasoning it in water.
[ଦ୍ରଷ୍ଟବ୍ୟ —ନୂଆ ଗାମୁଛାକୁ କେତେଦିନ ପାଣିକଷ କରି (ଅର୍ଥାତ୍ ପାଣିରେ ଓ ତୋଡ଼ାଣିରେ ବତୁରାଇ ଓ ଶୁଖାଇ) ଓ ପାଗ ଯୋଗ ଅନୁସାରେ ତହିଁରେ ସୋରିଷତେଲ, ପଇଡ଼ ପାଣି, ସପୁରି ପାଣି, କନ୍ଦ, ଛେନାପାଣି ଓ ଦୁଧ ଦେଇପୁରୀ ଓ କଟକ ଜିଲ୍ଲାରେ ଲୋକେ ଗାମୁଛାକୁ ପଚାନ୍ତି ଗାମୁଛା ପଚାଇବାକୁ ପ୍ରାୟ ଦୁଇ ମାସ ଲାଗେ ତହିଁର ରଙ୍ଗ ରକ୍ତାଭ ହଳଦିଆ ହୁଏ ଓ ଗାମୁଛା ବହଳିଆ ହୋଇଯାଏ ଉକ୍ତ ଗାମୁଛାକୁ ଗ୍ରୀଷ୍ମଦିନେ ଓଦା କରି ଦେହରେ ପକାଇଲେ ଶୀତଳ ଲାଗେ ଓ ତହିଁରୁ ଗୋଟିଏ ସୂସ୍ନିଗ୍ଧ ଗନ୍ଧ ବାହାରେ; ସମସ୍ତଙ୍କ ହାତରେ ଗାମୁଛା ପାଚେ ନାହିଁ ଗାମୁଛା ପଚାଇବା ପାଇଁ ବିଶେଷ ଯତ୍ନ ଓ ପାଗଯୋଗ ଅନୁସାରେ ସୋରିଷତେଲ ଆଦି ଦେବାକୁ
ହୁଏ; ପାଗ ଯୋଗ ବିଗିଡ଼ିଲେ ଗାମୁଛାରେ ଧଳାଚିତି ଓ କଳାଚିତି (ଧଳା ଓ କଳା ଟିପି ଟିପି ଦାଗମାନ) ମାରିଯାଏ ପାଚିଲା ଗାମୁଛାର ସଉକୀ ଲୋକମାନେ ଚନ୍ଦନ ଯାତ୍ରା ସମୟରେ ସନ୍ଧ୍ୟା ପରେ ଓ ଦିପହରେ ଦେହରେ ଏ ଗାମୁଛାକୁ ଓଦା କରି ପକାନ୍ତି]