ପାକଳ
ଦେଖଣା
ପାକଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପାକ+ଳ)
[ସମ୍ପାଦନା]- ୧. କୁଢ଼ ନାମକ ସୁଗନ୍ଧ ଦ୍ରବ୍ୟ — ୧. Costus Speciosus.
- ୨. ହସ୍ତୀର ଜ୍ୱର ରୋଗ —୨. Fever of elephants.
- ୩. ଅଗ୍ନି —୩. Fire.
- ୪. ବାୟୁ; ପବନ —୪. Wind. (M.W.)
- ୫. ଅଗ୍ନି ବର୍ଣ୍ଣ ବା ଲୋହିତ ବର୍ଣ୍ଣ (ଜ୍ଞାନେନ୍ଦ୍ର) — ୫. Fiery red colour.
- ୬. ପିତ୍ତାଧିକ୍ୟ ଜନିତ ମାରାତ୍ମକ ସନ୍ନିପାତ ଜରବିଶେଷ (ହିନ୍ଦୀ - ଶ.) ୬. A kind of mortal fever.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଯାହା ପକ୍ୱ କରେ — ୧. Ripening; bringing to ripeness.
- ୨. ଯାହା ବଥ ଆଦିକୁ ପଚାଇ ଦିଏ — ୨. Causing suppuration of boils.
- ୩. ଅତ୍ୟନ୍ତ କଳା —୩. Quite black. (M.W.)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ପକ୍ୱ; ପକ୍କ)
[ସମ୍ପାଦନା]- ୧. ପକ୍ୱ —୧. Ripe.
- ୨. (ସୂତା) ଉତ୍ତମ ରୂପେ ବଳା ହୋଇଥିବା — ୨. Well twisted.
- ୩. ସୁପରିଣତ (ଫଳ); ଉତ୍ତମ ରୂପେ ବନି ଯାଇଥିବା କିନ୍ତୁ ପାଚି ନ ଥିବା; ପକ୍ୱ ପ୍ରାୟ —୩. Matured but not yet ripe; half ripe.
[ଦ୍ରଷ୍ଟବ୍ୟ —ପାଚି ଯାଇଥିବା କଦଳୀ ପାକଲା କଦଳୀ; ସୁପରିଣତ ହୋଇଥିବା ଅଥଚ ପାଚି ନ ଥିବା କଦଳୀ=ପାକଳ କଦଳୀ]
- ୪. ଅତ୍ୟଧିକ ପରିଶ୍ରମ ବା ପ୍ରହାର ଆଦି ଯୋଗୁଁ ବ୍ୟଥା ଯୁକ୍ତ (ଶରୀର) —୪. (body or limb) Become painful on account of excessive labour or beating.