ପାକ୍ଷିକ
ଦେଖଣା
ପାକ୍ଷିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପକ୍ଷ+ସମ୍ୱର୍ଥେ. ଇକ)
[ସମ୍ପାଦନା]- ୧. ଏକ ପକ୍ଷ (୧୫: ଦିନ) ସମ୍ୱନ୍ଧୀୟ — ୧. Relating to a fortnight.
- ୨. ପକ୍ଷପାତୀ —୨. Partial; favouring a party or faction.
- ୩. ପକ୍ଷୀ ସମ୍ୱନ୍ଧୀୟ —୩. Relating to a bird.
- ୪. ପକ୍ଷୀର ଡ଼େଣା ସମ୍ୱନ୍ଧୀୟ — ୪. Relating to the wing of a bird.
- ୫. ଯାହା ପନ୍ଦର ଦିନେ ଥରେ ଘଟେ ବା କରାଯାଏ — ୫. Heppening or done once in a fortnight; bi-weekly.
- ୬. କୌଣସି ପକ୍ଷ (ଦଳ) ସମ୍ୱନ୍ଧୀୟ — ୬. Relating to a party or faction.
- ୭. ଯୁକ୍ତିର ପକ୍ଷ ସମ୍ୱନ୍ଧୀୟ — ୭. Relating to the sides of an argument.
- ୮. ଯେଉଁ ନିୟମ ପାଳନ କରିବା ଇଚ୍ଛାଧୀନ — ୮. Optional; subject to an alternative. (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ପକ୍ଷିନ୍+ପ୍ରହରଣାର୍ଥେ. ଇକ)—ଚଢ଼େଇଆ; ଚଢେଇମାରୁ —୧. A bird catcher; fowler.
- ୨. (ପକ୍ଷ+ଇକ) ଇଚ୍ଛାନୁସାରେ କରାଯିବା ଅନ୍ୟ ନିୟମ; ଉପାୟାନ୍ତର —୧. An alternative. (Apte.)