Jump to content

ପାଗ

ଉଇକିଅଭିଧାନ‌ରୁ

ପାଗ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଗହ; ପ୍ରା. ପଗ୍ଗହ)

[ସମ୍ପାଦନା]
୧. ପଗଡ଼ି; ଠେକା; ଶିରସ୍ତ୍ରାଣ —୧. Headdress; turban.

ପାଗବ୍ୟାଜେ ଫେନ ଅଛନ୍ତି କି ଭାସି—କୃଷ୍ଣସିଂହ ମହାଭାରତ ବନ

[ଦ୍ରଷ୍ଟବ୍ୟ —କମ ଚଉଡ଼ା ଓ ଖୁବ୍ ଲମ୍ୱ ଉପର୍ଯ୍ୟପରି ଗୁଡ଼ିଆ ହୋଇ ମୁଣ୍ଡରେ ବନ୍ଧା ହୋଇଥିବା ପଗଡ଼ିକୁ ପାଗ ବୋଲାଯାଏ ଏହ ଅର୍ଥରେ ପାଗ ଶବ୍ଦର ବ୍ୟବହାର, ହିନ୍ଧୀ, ବଙ୍ଗଳା, ମରହଟୀ, ଆସାମୀ ଭାଷାମାନଙ୍କରେ ଅଛି]

ଅନୁବାଦ

[ସମ୍ପାଦନା]
୨. (ସଂସ୍କୃତ - ପାକ)—ରନ୍ଧନ; ରନ୍ଧା —୨. Cooking.
୩. ରନ୍ଧନପାତ୍ରର ଏକସାର — ୩. One set of cooking pots.

ତୋଜା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ ହାଣ୍ଡି ଯାର ମାରୁ ଗଲା ଲୋ— ଫକୀରମୋହନ ଗଳ୍ପସ୍ୱଳ୍ପ

୪. ରନ୍ଧନର ବା ଉଖୁଡ଼ାଆଦି ପାଗ କରିବାର ଏକଥର — ୪. One cooking or seasoning with syrup.

ଅନୁବାଦ

[ସମ୍ପାଦନା]
୫. ଉଖୁଡ଼ା, ମିଠାଇ, ମୋଦକ, ପିଠା ଆଦି ତିଆର କରିବା ନିମନ୍ତେ ନିଆଁ ଉପରେ ସିଦ୍ଧ ହୋଇ ପ୍ରସ୍ତୁତ ଗୁଡ଼ ବା ଚିନିର ଗାଢ଼ରସ; ସିରା —୫. Syrup for seasoning sweetmeats, cakes and fried corn.
୬. ଏକଥର ପାକରେ ପ୍ରସ୍ତୁତ ଖାଦ୍ୟ, ଉଖୁଡ଼ା, ପିଠା ଓ ମିଷ୍ଟାନ୍ନାଦି —୬. Food, cakes, sweetments prepared at one cooking.
୭. ଯେଉଁଥିରେ ଏକାଧିକ ବସ୍ତୁ ମିଶାଯାଇ ପ୍ରସ୍ତୁତ କରାଯାଏ, (ଯଥା—ନାସ, ଗୁଣ୍ଡି ଚୂନପତ୍ର) ତହିଁରେ ପ୍ରସ୍ତୁତ କରିବାରେ ଏକଥର ବା ଏକଥରର ପରିମାଣ —୭. A quantity of a compound article which is prepared with various in gredients at one time.

ଯଥା— କାଲି ମୁଁ ଯେଉଁ ଗୁଣ୍ଡି ପାଗଜ କରିଥିଲି ତାହା ଆଗଥରକ ଅପେକ୍ଷା ଭଲ ହେଲା

୮. (ସଂସ୍କୃତ - ତୁଳ. ପକ୍ଷ; ତା—ପାଗଲ୍ (ଦିନ) ଋତୁ) —୮. Weather.

(ଯଥା—ଖରାପାଗ; ମେଘୁଆପାଗ)

(ବେପାଗ, ଅପାଗ,—ବିପରୀତ)

ଅନୁବାଦ

[ସମ୍ପାଦନା]
୯. କୃଷି ସମ୍ୱନ୍ଧୀୟ ଭିନ୍ନ ଭିନ୍ନ କର୍ମ କରିବା ପାଇଁ ଅନୁକୂଳ ଋତୁ —୯. Weather favourable for particular africultural operation.
୧. ସୁଯୋଗ; ସୁବିଧା —୧୦. Opportunity.