Jump to content

ପାଚନ

ଉଇକିଅଭିଧାନ‌ରୁ

ପାଚନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଚ୍ ଧାତୁ ଣିଚ୍= ପାଚି ଧାତୁ=ପରିପାକ କରାଯିବା+ କର୍ତ୍ତ. ଅନ)

[ସମ୍ପାଦନା]
୧. ବିବିଧ ଔଷଧିର କ୍ୱାଥ; ଔଷଧ— ଲିଦ୍ଧଜଳ —୧. A decoction of several in gredients; infusion of drugs.

[ଦ୍ରଷ୍ଟବ୍ୟ —ଔଷଧ ଦ୍ରବ୍ୟମାନଙ୍କୁ ୧୭: ଗୁଣ ପାଣିରେ ମୃଦ ଅଗ୍ନିରେ ସିଝାଇ ତହିଁର ଏକଚତୁର୍ଥାଂଶ ଦଳ ଥାଉଁ ଥାଉଁ ତାହାକୁ ନିଆଁକୁ ଓହ୍ଲାଇ ଯେଉଁ ପାଣି ବା କ୍ୱାଥ ଛାଣି ନିଆଯାଏ ତାକୁ ପାଚନ ବୋଲାଯାଏ ବୈଦିକ ଗ୍ରନ୍ଥମାନଙ୍କରେ ୩ରୁ ଅଧିକ ପାଚନର ବ୍ୟବସ୍ଥା ଅଛି—ହିନ୍ଦୀ - ଶ.]

୨. ଅଗ୍ନି —୨. Fire.
୩. ଅମ୍ଳ ରସ(ହେମଚନ୍ଦ୍ର) —୩. Acid.
୪. ରକ୍ତୈରଣ୍ଡ (ରାଜନିର୍ଘଣ୍ଟ) —୪. The red Ricinus; the red variety of castor seed plant.
୫. ଖଟା ସ୍ୱାଦ; ଆମ୍ୱିଳାପଣ — ୫. Acidity; sourness. (Apte)
୬. ରୋଷେଇ କରିବା କର୍ମ; ରନ୍ଧନ — ୬. Act of cooking or baking.
୭. ଫଳ ଆଦିକୁ ପକ୍ୱ କରିବା କର୍ମ — ୭. Act of ripening.
୮. ବଥ ଆଦିକୁ ପଚାଇବା କର୍ମ — ୮. Act of extracting pus etc. from a boil; causing suppuration.
୯. ଘାଆ ଆଦିକୁ ଶୁଖଖାଇବା କର୍ମ (ସୁଶ୍ରିତ) —୯. Causing a wound to close by means of styptic. (M.W.)
୧. ଘାଆ ଆଦିକୁ ଶୁଖାଇବା ଔଷଧ ବା ପ୍ରୟୋଗ — ୧୦. A stiptic for closing a wound; an astringent medicine. (Apte).


୧୧. ପ୍ରାୟଶ୍ଚିତ —୧୧. Penance; expiation. (M.W.)
୧୨. ପେଟ ମଧ୍ୟରେ ଖାଦ୍ୟାଦି ଜୀର୍ଣ୍ଣ ହେବା ପ୍ରକ୍ରିୟା — ୧୨. The process of digestion lof food.
୧୩. ଜୀର୍ଣ୍ଣକାରକ ଔଷଧ —୧୩. Digestive medicine.
୧୪. ଯାହା ଅନ୍ୟ ପଦାର୍ଥକୁ ମିଳେଇ ଦିଏ — ୧୪. A dissolvent. (M.W.)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଜୀର୍ଣ୍ଣକାରକ; ହଜମୀ —୧. Digestive.
୨. ରନ୍ଧନକାରୀ —୨. Cooking.
୩. ଯାହା ଫଳ ଆଦିକୁ ପକ୍ୱ କରାଏ —୩. Ripening.
୪. ଯାହା ନରମ କରେ — ୪. Softening; relaxing. (M.W.)
୫. ଯାହା ବଥ ଆଦିରେ ପୂଜା ଜନ୍ମାଏ — ୫. Suppurative. (M.W.)
୬. ଆମ୍ୱିଳା; ଖଟା —୬. Sour (Apte).

ପ୍ରାଦେଶିକ - (ବସ୍ତର)—ବିଶେଷ୍ୟ -

[ସମ୍ପାଦନା]

ପାଞ୍ଚଣ; ଗବାଦି ତାଡ଼ନ ଦଣ୍ଡ — Cattle-driving stick.