Jump to content

ପାଚିବା

ଉଇକିଅଭିଧାନ‌ରୁ

ପାଚିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପଚ୍ ଧାତୁ)

[ସମ୍ପାଦନା]
୧. (ଫଳାଦି) ପକ୍ୱ ହେବା — ୧. (a fruit) To ripen.
୨. (କେଶ) ଶୁକ୍ଳ ହେବା — ୨. (the hair) To become grey.
୩. (ଦେହ) ପ୍ରହାର ବା ଅତ୍ୟଧିକ ପରିଶ୍ରମ ଯୋଗୁଁ ବ୍ୟଥା— ଯୁକ୍ତ ହେବା — ୩. (the body) To become painful for over- exertion or beating.
୪. (ବ୍ରଣ) ପୂଜେଇବା —୪. (a boil) To suppurate.
୫. (ନିଆଁରେ ଧାତୁଆଦି) ଲାଲ ହେବା — ୫. (a bit metal) To become red-hot.
୬. (ଗାମୁଛା, ଦାନ୍ତ) ରଞ୍ଜିତ ହେବା — ୬. (napkin, teath) To become tinged red.
୭. ଅତି ବୃଦ୍ଧ ହେବା —୭. To become very old.
୮. ଫଳରେ ପରିଣତ ହେବା —୮. To result in.
୯. (କଉଡ଼ି ବା ପଶାଖେଳରେ ଦାନ ପଡ଼ିବା ଦ୍ୱାରା) ଖେଳାଳିର ସାର ସବୁ ଘରଯାକ ଟପି ଶେଷ ମୁଣ୍ଡରେ ପହଞ୍ଚିବା — ୯. (the pieces in a game of dice or cowri) To succeed in reaching the destination of the movement.
୧. (ଲକ୍ଷଣାର୍ଥ) ଜମା ହେବା; ଏକତ୍ର ହେବା; ଜମିବା — ୧୦. To accumulate.

ନେତ୍ର ପୂଣ୍ୟ ଫଳ ପାଚୁଥିଲା—କବିସୂର୍ଯ୍ୟ. ସଙ୍ଗୀତ

୧୧. (ପୋଡ଼ା ଇଟା ଓ ହାଣ୍ଡି) ଉତ୍ତମରୂପେ ପୋଡ଼ିହେବା — ୧୧. (brick or earthen pot) To be well-burnt
୧୨. କ୍ରମଶଃ ବୃଦ୍ଧି ପାଇବା — ୧୨. To grow gradually.
୧୩. ଭବିଷ୍ୟତ ପାଇଁ ସଞ୍ଚିତ ହେବା — ୧୩. To be in store for future.

(ଯଥା—ତୋ କପାଳରେ ଗୁଡ଼ିଏ ମାଡ଼ ଗାଳି ପାଚିଲାଣି)