ପାଞ୍ଚାଳୀ
ଦେଖଣା
ପାଞ୍ଚାଳୀ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ପାଞ୍ଚାଳ+ନିବାସ ବା ଅପତ୍ୟାର୍ଥେ. ଅ+ସ୍ତ୍ରୀ.ଈ)
- ୧. ପଞ୍ଚାଳ ଦେଶର ନାରୀ ବା ରାଜକୁମାରୀ — ୧. A woman or princess of the Pan̄chāḻas.
- ୨. ଦ୍ରୌପଦୀ —୨. A name of Dr&aline;&uline;padī.
- ୩. ପୁତ୍ତଳିକା; କୁଣ୍ଢେଇ —୩. Doll; puppet.
- ୪. ସାହିତ୍ୟରେ ଏକପ୍ରକାର ବାକ୍ୟ ରଚନା ପ୍ରଣାଳୀ — ୪. A kind of literary compostion.
[ଦ୍ରଷ୍ଟବ୍ୟ —ଏଥିରେ ବଡ଼ ବଡ଼ ପାଞ୍ଚ ବା ଛଅ ସମାସଯୁକ୍ତ କାନ୍ତିପୂର୍ଣ୍ଣ ପଦାବଳି ସନ୍ନିବେଶିତ ହୋଇଥାଏ ସୁକୁମାର ଓ ମଧୁର ବର୍ଣ୍ଣନାରେ ଏ ରଚନା ବ୍ୟବହୃତ ହୁଏ ଗୌଡ଼ୀ ଓ ବୈଦର୍ଭୀ ବୃତ୍ତିର ସମ୍ମିଶ୍ରଣକୁ ମଧ୍ୟ କେହି କେହି ପାଞ୍ଚାଳୀ କହନ୍ତି—ହିନ୍ଦୀ - ଶ.]
- ୫. ସଙ୍ଗୀତରେ ସ୍ୱର ସାଧନର ପ୍ରଣାଳୀବିଶେଷ — ୫. A mode of musical exercise.
[ଦ୍ରଷ୍ଟବ୍ୟ —ଆରୋହୀ ଯଥା—ସାରେ ସାରେ ଗା; ରେଗା ରେଗାମା; ଗାମା ଗାମା ପା; ମାପା ମାପାଧା; ପାଧା ପାଧାନି; ଧାନି ଧାନିସା— ଅବରୋହୀ ଯଥା—ସାନି ସାନିଧା; ନିଧା ନିଧାପା; ଧାପା ଧାପାମା; ପାମା ପାମାଗା; ମାଗା ମାଗାରେ; ଗାରେ ଗାରେସା—ହିନ୍ଦୀ - ଶ]
- ୬. ଏକ ପ୍ରକାର ପିତ୍ତଳ (ହିନ୍ଦୀ - ଶ.) — ୬. A kind of brass.
ଧ୍ୱନି (ମାନକ ଓଡ଼ିଆ) (file)