Jump to content

ପାଟକ

ଉଇକିଅଭିଧାନ‌ରୁ

ପାଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ନଦ୍ୟାଦିର କୂଳ — ୧. The bank or shore of a river.
୨. ଗ୍ରାମର ଅଂଶ; ଗ୍ରାମାର୍ଦ୍ଧ — ୨. Half portion or quarter of village.


୩. ପଶାର ଗୋଟି ଚାଲିବା —୩. The moving of the pieces in the game of dice.
୪. ବାଦ୍ୟ ଯନ୍ତ୍ର —୪. Musical instrument.
୫. ବାଦ୍ୟ ଧ୍ୱନି — ୫. The sound of a musical instrument.
୬. ରୋଧ —୬. Obstruction.
୭. ମୂଳଧନର କ୍ଷତି — ୭. Loss of capital or stock. (Apte)
୮. ପାଣି ନିକଟକୁ ଯିବା ପାଇଁ ରଚିତ ସୋପାନ ଶ୍ରେଣୀ — ୮. A flight of steps leading to the water (Apte)
୯. ପଶାକାଠି ଗଡ଼ାଇବା — ୯. Throwing the dice (Apte).
୧. ଫଟାଇବା ଅସ୍ତ୍ର — ୧୦. A splitter; divider (Apte).
୧୧. ଦୀର୍ଘ ଫାଙ୍କ —୧୧. A long span (Apte)
୧୨. ପଶା (ହିନ୍ଦୀ - ଶ.) —୧୨. Dice.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାଟକ=ଗ୍ରାମାଂଶ; ଗ୍ରାମାଂଶରେ ବାସ କରୁ— ଥିବା ଲୋକେ)

[ସମ୍ପାଦନା]

ଶୂଦ୍ରମାନଙ୍କର ବିଭିନ୍ନ ଉପାଜାତି ବା ହାଟୁଆ ଜାତି —The varipus subcastes amongst the ṡūdras according to their respective callings.

ପାଟକେ ହାଟରେ କ୍ରୟ ବିକ୍ରୟ କରନ୍ତି ଭଞ୍ଜ, ଲାବଣ୍ୟ ବତୀ

[ ଦ୍ର—ହିନ୍ଦୁମାନଙ୍କର ୪ ବର୍ଣ୍ଣ (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର) ଓ ଶୂଦ୍ରମାନଙ୍କର ୩୬: ପାଟକ ଅଛି ଯଥା— (୧) ଗଉଡ଼ (ମଗଧା, ମଥରାପୁରିଆ, ଗୋପପୁରିଆ, ଡୁମାଳ) (୨) ଭଣ୍ଡାରି (କନାମୁଠିଆ ଓ ଚମମୁଠିଆ ବା ହାଟୁଆ) (୩) ବଢ଼େଇ (୪) କମାର; (୫) ଧୋବା(୬) ତନ୍ତି (୭) ପୋଟଳି ବଣିଆ (୮) ନାୟକ—(ମାଟିବଂଶ ଓ ଖଡ଼ିବଂଶ) (୯) ତୁଳାଭିଣା, (୧୦) ତେଲି; (୧୧: ) ତାମିଳି, (୧୨: ) ଓଡ଼, (ଓଡ଼ଚଷା, ଓଡ଼ିପାଇକ) (୧୩: ) ଚଷା (ଶୁଧ ଚଷା) (୧୪: ) ଗୋଲା; (୧୫: ) କେଉଟ, (୧୬: ) ମାଳୀ (୧୭: ) ଶୁଣ୍ଢି, (୧୮: ) ଶଙ୍ଖାରି, (୧୯: ) ପାଟରା, (୨୦) ଖରୁଡ଼ା ବା ଖଡ଼ୁରା, (୨୧: ) କଂସାରି, (୨୨: ) ଥଟାରି, (୨୩: ) ପଥୁରିଆ, (୨୪: ) ବୈଶ୍ୟ ବଣିଆ, (୨୫: ) କାଚରା, (୨୬) ଗଡ଼ିଆ, (୨୭: ) କୁମ୍ଭାର, (୨୮: ) ଚିତ୍ରକାର, (୨୯: ) ଦରଜି, (୩୦) ମହ୍ଲା, (୩୧: ) ରଙ୍ଗଣୀ ବା ସୂତାଲ, (୩୨: ) ତମ୍ୱାରି,(୩୩: ) ଲୁଣିଆ, (୩୪: ) ଥୋଡ଼ିଆ (୩୫) ରସାରା (୩୬) ବୁଣା

ବାଉରି, ଗୋଖା, କଣ୍ଡରା ପାଣ, ଶଅର, ହାଡ଼ି, ଡମ, ଚମାର ଏମାନେ ଅନାର୍ଯ୍ୟ ଥିବାରୁ ପାଟକରେ ଯାଆନ୍ତି ନାହିଁ।

ପରାଶର ସଂହିତା ଅନୁସାରେ ଗଉଡ଼, ମାଳି, ତେଲୀ, କେଉଟ, ଗୁଡ଼ିଆ, ବଢ଼େଇ, କୁମ୍ଭାର, କମାର ଓ ଭଣ୍ଡାରି ଏହି ନିଅଟି ପାଟକ ବା ନବଶାୟକ ଅଟନ୍ତି ।ଏହି ପାଟକ ର ସ୍ତ୍ରୀ ଲୋକେ ମଧ୍ୟ ବ୍ୟବସାୟ ଉପଲକ୍ଷରେ ଦାଣ୍ଡକୁ ବାହାରିବା ଏମାନଙ୍କ ସାମାଜରେ ଚଳେ ]