ପାଟଳା
ପାଟଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
(kirtikar)
(kirtikar)
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ପାଟ=ବିସ୍ତାର +ଲୋ ଧାତୁ=ପାଇବା+କର୍ତ୍ତୃ. ଅ+ସ୍ତ୍ରୀ ଆ; ବା ପଟ ଧାତୁ=ଫାଟି ଯିବା+କର୍ତ୍ତୃ. ଅ+ ସ୍ତ୍ରୀ ଆ; ଫଳ ଫାଟି ଯିବାରୁ ଏହି ନାମ)
[ସମ୍ପାଦନା]- ୧. ଦୁର୍ଗା — ୧. A name of Durgā
- ୨. ପାଟେଳୀ ଗଛ ଓ ଫୁଲ — ୨. Sterospermum Suaveolens; Bignonia Suaveolens (tree and flowers).
[ଦ୍ରଷ୍ଟବ୍ୟ —ଏହା ନାତିବୃହତ୍ ବନ୍ୟତରୁ; ଫୁଲର ବର୍ଣ୍ଣଫକା ନାଲି, ଫୁଲ ସୁଗନ୍ଧ ଫୁଲ ଡେମ୍ଫରେ ଗୁଚ୍ଛ ହୋଇ ଓହଳି ଥାଏ ଫୁଲରି କେଶର ଝଡ଼ି ଗଛ ମୂଳେ ଗଦା ହୁଏ ଗ୍ରୀଷ୍ମକାଳରେ ଫୁଲ ଫୁଟେ ଫଳ ଲମ୍ୱା, ସିଧା ଓ ନୀଳରକ୍ତ ବର୍ଣ୍ଣ ଆଉ ଏକ ପ୍ରକାର ଶ୍ୱେତାଭ ପୁଷ୍ପ ଯୁକ୍ତ ପାଟଳିକୁ 'ଘଣ୍ଟା ପାଟଳି' ବୋଲାଯାଏ (ଘଣ୍ଟା ପାଟଳି ଦେଖ) (ସଂସ୍କୃତ - ସିତାପାଟଳା) ବୈଦେକ ମତରେ ପାଟଳି—କଷାୟ ତିକ୍ତ ରସ, ତ୍ରିଦୋଷଘ୍ନ ଓ ଅରୁଚି, ଶ୍ୱାସ, ଶୋଥ, ରକ୍ତଦୁଷ୍ଟିତ ବମି, ହିକ୍କା ଓ ତୃଷ୍ଣାନାଶକ
ଏହାର ପୁଷ୍ପ କଷାୟ ଓ ମଧୁର ରସ, ଶୀତବୀର୍ଯ୍ୟ. କଫ ରକ୍ତଦୋଷ, ପିତ୍ତ ଓ ଅତିସାର ନାଶକ ଏବଂ କଣ୍ଠଶୋଧକ ଏହାର ଫଳ ରକ୍ତ ପିତ୍ତ ନାଶକ, ଏବଂ ଏହି ଫଳକୁ ମହୁ ସଙ୍ଗେ ଘୋରି ସେବନ କଲେ ହିକ୍କା ରୋଗ କମିଯାଏ ଶ୍ୱେତ ଫାଟଳି ଯାଇଁ ସିତ ପାଟଳା ଦେଖ]
- ୩. (ଅନ୍ୟ ସଂସ୍କୃତ - ନାମ ପିଚ୍ଛଳା) ବିହିଦାନ — ୩. Cydonia Vulgaris; quince-seed.
[ଦ୍ରଷ୍ଟବ୍ୟ —ଏହା ପଶ୍ଚିମ ହିମାଳୟର ଓ ପଞ୍ଜାବର ବନ୍ୟ ବୃକ୍ଷର ଫଳ— ବୀଜ, ଗ୍ରୀଷ୍ମ କାଳରେ ପାଚେ ବୈଦିକ ମତରେ ଏହା ସ୍ନିଗ୍ଧ, କାସଘ୍ନ ମେତ୍ର ଓ ଯୋନିର ଦାହ ନିବାରକ ଓ କ୍ଷତ ସ୍ଥାନର ଜ୍ୱାଳା ନିବାରକ]
- ୪. ରକ୍ତ ଲୋଧ୍ର (ହିନ୍ଦୀ - ଶ.) (ଦେଖ) - —୪. The red variety of Symplocos Racemosa tree.
- ୫. ଜଳକିଂଭୀ; (ହିନ୍ଦୀ - ଶ.); ବୋରଝାଞ୍ଜି —୫. Pistia Stratiotes; an aquatic plant.
(ପାଟଳିଆ—ଅନ୍ୟରୂପ)
(ପାଟଳୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପାଟଳୀ+ସ୍ତ୍ରୀ. ଆ)
[ସମ୍ପାଦନା]ପାଟଳର ସ୍ତ୍ରୀଲିଙ୍ଗ — Feminine of Pāṭaḻa.
ଦେଶଜ - ବିଶେଷଣ -
[ସମ୍ପାଦନା]ପାଟଳ ବର୍ଣ୍ଣବିଶିଷ୍ଟ — Rose-coloured; rosy.