ପାଟଳି ପୁତ୍ର
ପାଟଳି ପୁତ୍ର
ଉଚ୍ଚାରଣ
[ସମ୍ପାଦନା](ପାଟଳୀ ପୁତ୍ର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନାମ) (ପାଟଳି+ପୁତ୍ର)
[ସମ୍ପାଦନା]ପ୍ରାଚୀନ ମଗଧର ରାଜଧାନୀ; ଆଧୁନିକ ପାଟନା ବା ବିହାରର ରାଜଧାନୀ — The ancient name of patna.
[ଦ୍ରଷ୍ଟବ୍ୟ —ଏହା ଚନ୍ଦ୍ର ଗୁପ୍ତଙ୍କର ରାଜଧାନୀ ଥିଲା, ସିକନ୍ଦର (ଆଲେକ୍ଜାଣ୍ଡାର୍) ଭାରତକୁ ଆସିବା ସମୟରେ ଏହା ବିଶେଷ ସମୃଦ୍ଧିଶାଳୀ ରାଜଧାନୀ ଥିଲା ଏହାକୁ ଗ୍ରୀକ୍ମାନେ Palibothram (ପାଲିବୋଥ୍ରାମ) ଏବଂ ଚନ୍ଦ୍ରଗୁପ୍ତଙ୍କୁ Sandralotas (ସାନ୍ଦ୍ରାକୋତସ୍) ନାମରେ ଡାକୁଥିଲେ ପ୍ରାଚୀନ ପାଟଳିପୁତ୍ର ଆଧୁନିକ ପାଟଣା ସହରରୁ ୨/?/: ମାଇଲ ପୂର୍ବରେ ଗଙ୍ଗା ତଟରେ ଥିଲା ଏହାର ବର୍ତ୍ତମାନ ନାମ କୁମ୍ହରାର୍ ଏଠାରେ ଭୂଗର୍ଭରୁ ପ୍ରାଚୀନ ପାଟଳି— ପୁତ୍ରର ବହୁତ ଭଗ୍ନାବଶେଷ ବାହାରୁଛି ବୁଦ୍ଧଙ୍କ ପରବର୍ତ୍ତୀ କେତେକ ଶତାବ୍ଦି ଭାରତରେ ଓ ନଗର ବିଶେଷ ସମୃଦ୍ଧିଶାଳୀ ଓ ବିଖ୍ୟାତ ଥିଲା ପ୍ରାଚୀନ ପୁସ୍ତକରେ ଏହାର ନାମ ପୁଷ୍ପପୁର ଓ କୁସୁମପୁର ଲେଖାଅଛି ଶେର୍ସାହା ଆଧୁନିକ ପାଟଣା ନଗରକୁ ବସାଇଥିଲେ ଭବିଷ୍ୟ ପୁରାଣରେ ଅଛି ଯେ ବିଶ୍ୱାମିତ୍ରଙ୍କ ଭଗିନୀ ପାଟଳୀଙ୍କ ଇଚ୍ଛା ଅନୁସାରେ କୌଣ୍ଡିଲ୍ୟ ମୁନିଙ୍କ ପୁତ୍ର ବଳରେ ଏ ନଗର ବସାଇ ଥିବାରୁ ଏହାର ନାମ ପାଟଳୀପୁତ୍ର ହେଲା ବୁଦ୍ଧ— ଦେବଙ୍କ ସମକାଳୀନ ରାଜା ଅଜାତଶତ୍ରୁଙ୍କ ପୁତ୍ର ତାଙ୍କର ମନ୍ତ୍ରୀଙ୍କଦ୍ୱାରା ନଗର ନିର୍ମାଣ ପାଇଁ ଉପଯୁକକ୍ତ ସ୍ଥାନ ଖୋଜାଉଥିଲେ ମନ୍ତ୍ରୀମାନେ ଅବଗତ ହେଲେ ଯେ ବୁଦ୍ଧଦେବ ନାଳନ୍ଦାରୁ ବୈଶାଳୀକୁ ଯିବା ସମୟରେ ବାଟରେ ଏହି ପାଟଳୀ ଗ୍ରାମର ଗ୍ରାମବାସୀମାନେ ତାଙ୍କ ପାଇଁ ଗୋଟିଏ ବିଶ୍ରାମଗାର ନିର୍ମାଣ କଲେ ଓ ବୁଦ୍ଧଦେବ ଆଶୀର୍ବାଦ କରିଥିଲେ ଯେ ଏହି ଗ୍ରାମ ଗୋଟିଏ ବିଶାଳ ନଗରରେ ପରିଣତ ହେବ ମନ୍ତ୍ରୀମାନେ ଏହା ଶୁଣି ଏହିଠାରେ ନଗର ବସାଇବାର ସ୍ଥିର କଲେ—ହିନ୍ଦୀ - ଶ.]