ପାଠ ପଢ଼େଇବା
ପାଠ ପଢ଼େଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ଦେଶଜ - କ୍ରି.—(ସଂସ୍କୃତ - ପାଠ+ପାଠନ)
[ସମ୍ପାଦନା]ଛାତ୍ରଙ୍କୁ ବିଦ୍ୟାଶିକ୍ଷା ଦେବା — ୧. To impart education to pupils.
- ୨. (ଲକ୍ଷଣାର୍ଥ) ଉପଦେଶ ଦେବା; ମନ୍ତ୍ରଣା କଦେବା — ୨. (figurative) To give advice.
- ୩. (କଚିରିଆ)—ସାକ୍ଷୀଙ୍କୁ ତାଲିମ୍ କିରିବା — ୩. To coach one's witness.
[ଦ୍ରଷ୍ଟବ୍ୟ —କଚେରିରେ ସାକ୍ଷ୍ୟ ଦେବା ପୂର୍ବରୁ ସାକ୍ଷୀମାନେ ଯେଉଁ ପକ୍ଷ ସମର୍ଥନ କରିବାକୁ ଆସି ଥାଆନ୍ତି ସେହି ପକ୍ଷର ମାମଲତକାର— ମାନେ ସାକ୍ଷୀମାନଙ୍କୁ ଅମୁକ ବିଷୟ କହିବ ବୋଲି 'ପାଠ ପଢ଼ାନ୍ତି' 'ମୈକ୍ତିକଂ ନ ଗଜେ'—ସବୁ ହାତୀଙ୍କୁ ମୁଣ୍ଡରେ ମୁକୁତା ନ ଥିଲା ଭଳି ସବୁ ଓକିଲ ବା ସବୁ ମୁକ୍ତାରଙ୍କ ସାକ୍ଷୀ ପଢ଼ାଇବା ବିଦ୍ୟା ଆସେ ନାହିଁ ସାକ୍ଷୀ କଚିରିରେ ହାକିମଙ୍କ ପାଖରେ ଜବାନ— ବନ୍ଦୀ ହେବା ପୂର୍ବରୁ ସେ କଅଣ କହିବ ତାହା ନିଜ ପକ୍ଷର ଓକିଲ, ମୁକ୍ତାର ମାମଲତକାରରଙ୍କ ଆଗରେ କହେ ଓ ସେ ଯେଉଁ ଯେଉଁଠାରେ ଝୁଣ୍ଟେ ବା ଝୁଣ୍ଟିବାର ଆଶଙ୍କା ଥାଏ ତାହା ଉକ୍ତ ମାମଲତାକାର ତାକୁ 'ଶୁଦ୍ଧ ଅଶୁଦ୍ଧ' ପୂରାଇ ଗାଇବାକୁ ଆଚ୍ଛା କରି ପାଠ ପଢ଼ାଇ ଦିଅନ୍ତି ଆଜି କାଲି ମଫସଲ ଅଦାଲତ ଓ ବିଶେଷତଃ ଫଉଜଦାରୀ କୋଟରେ ଯେଉଁ ମାମଲତକାର ରବା ଓକିଲ ମୁକ୍ତାର ସାକ୍ଷୀଙ୍କୁ ପାଠ ପଢ଼ାଇବା ବିଷୟରେ ଯେତିକି ବେଶି ସିଦ୍ଧ— ହସ୍ତ ତାଙ୍କର ସେତିକି ବେଶି ନାମ ଡାକ ଓ ବଡ଼ତି]