ପାଡ଼ିବା
ପାଡ଼ିବା
ଉଚ୍ଚାରଣ
[ସମ୍ପାଦନା](ପାଡ଼ିଦେବା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ଦେଶଜ - କ୍ରି. (ସଂସ୍କୃତ - ପର୍ଦ୍ଦ ଧାତୁ)
[ସମ୍ପାଦନା]- ୧. ଅପାନ ବାୟୁ ଛାଡ଼ିବା; ବାତ କର୍ମ କରିବା — ୧. To break wind; to pass wind through the anus; to void wind from the stomach.
- ୨. (ସଂସ୍କୃତ - ପତ୍ ଧାତୁ ଣିଜନ୍ତି ପାତି ଧାତୁ)— ପାତିତ କରାଇବା; ପକାଇବା; ପାରିବା; ଭୂମିରେ ବିସ୍ତୃତ କରିବା; ଭୂଇଁରେ ପକାଇବା; ବିଛାଇବା — ୨. To spread a thing on the ground.
(ଯଥା—ବିଛଣା ପାଡ଼ିବା, କୁଟା ପାଡ଼ିବା)
ବସୁଅଛି କୁଶ ଗୁଡ଼ାଏ ତଳେ ପାଡ଼ି କୃଷ୍ଣସିଂହ. ମହାଭାରତ ବନ
- ୩. (କବାଟ) ପକାଇବା; ବନ୍ଦ କରିବା; (ଦ୍ୱାର) ରୁଦ୍ଧ କରିବା —୩. To close or shut (a door).
ପୁଣି ଭୟ ପାଇଣ ଚାରି ହାର ବାଟେ ମାନଙ୍କର ଅଣ୍ଟେ ସେ ପାଡ଼ିଲେ କବାଟ କୃଷ୍ଣସିଂହ, ମହାଭାରତ, ବନ
- ୪. ଗର୍ଭରୁ ବାହାର କରିବା; ନିର୍ଗତ କରାଇବା — ୪. To lay (eggs).
(ଯଥା—ଡିମ୍ୱ ପାଡ଼ିବା)
- ୫. ତିଆରି କରିବା —୫. To erect.
(ଯଥା—ଜଟ ପାଡ଼ିବା, ଚୁଲି କରିବା)
- ୬. ପାଢ଼ିବା; ନଗଦ ପଇସା ନ ଦେଇ କାଳି କରି ସୁଉଦା ଆଣିବା —୬. To purchase or bring commodities on credit.
- ୭. ଭୂମିରେ ଲଗାଇବା ବା ଭୂମି ସଙ୍ଗେ ମିଶାଇବା — ୭. To make a thing stick to the ground; to bring a thing close to the ground.
(ଯଥା—ବଢ଼ିଣାକୁ ପାଡ଼ି କରି ଘରକୁ ଓଳେଇ ନେଲେ ଟିକିଏ ସୁଦ୍ଧା ଅଳିଆ ରହିବ ନାହିଁ)
- ୮. ଉଚ୍ଚ ଶବ୍ଦ କରିବା; (ଡକା) ଛାଡ଼ିବା — ୮. To make a loud sound; to emit a loud cry.
ପାଡ଼ିଲେ ଡକା ନୟନରୁ ମୁଞ୍ଚପାଣି—କୃଷ୍ଣସିଂହ. ମହାଭାରତ ବନ
- ୯. (ପ୍ରମାଦାଦି) ପକାଇବା; ଘଟାଇବା — ୯. To bring (danger); to cause.
ଯେ ଦିନୁ ହିନ୍ଦୁଏ ଏକତା ଛାଡ଼ିଲେ ପ୍ରମାଦ ପାଡ଼ିଲେ ଦୁଷ୍ଟ ଯବନେ—ରାଧାନାଥ. କବିତାବଳୀ
- ୧. ପାରିବା; ଫଳ ଆଦି ଗଛରୁ ତୋଳିବା — ୧୦. To pluck (fruits) from trees.
(ଯଥା—ନଡ଼ିଆ ପାଡ଼ିବା)
- ୧୧. ଚାପିଦେବା; (ଦୁଇ ଓଠ ବା ଦାନ୍ତପାଟିକୁ) ମୁଦି ଦେବା —୧୧. To shut or close up (one's mouth or jaws.
ଗର୍ଭେ ପଶିବ ଯେତେବେଳେ, ପାଟି ପାଡ଼ିବି ଅବହେଳେ ଜଗନ୍ନାଥ, ଭାଗବତ
- ୧୨. (କାନକୁ) କୌଣସି କଥା ବା ଧ୍ୱନିକୁ ଉତ୍ତମ ରୂପେ ଶୁଣିବା ପାଇଁ ଭୂଇଁ ଆଡ଼କୁ ଲୁଆଇଁବା ବା ମଝିରେ ବ୍ୟବଧାନ ନ ଥିବା କାନ୍ଥ ବା କବାଟରେ କାନକୁ ଲଗାଇବା —୧୨. To press one's ears close to the ground or door in order to be able to overhear a thing.
[ଦ୍ରଷ୍ଟବ୍ୟ —କାନ ପାଡ଼ିବା ଓ କାନ ଡେରିବା ମଧ୍ୟରେ ପ୍ରଭେଦ ଏହି କି, କୌଣସି ଶବ୍ଦ ବା କଥା ଶୁଣିବା ପାଇଁ କାନକୁ ଭୂମି ଆଡ଼କୁ ଲୁଆଇଁବାକୁ ରକାନ ପାଡ଼ିବା କହନ୍ତି ଓ ଉକ୍ତ ଶବ୍ଦ ଆସୁଥିବା ଦିଗକୁ କାନକୁ ବୁଲାଇବା କାନ ଡେରିବା କହନ୍ତି; ଗୋପନରେ କେହି କଥାବାର୍ତ୍ତା ହେଉଥିବା ବେଳେ ତୃତୀୟ ବ୍ୟକ୍ତି ଉକ୍ତ ଘରର ବାହାରେ ଥାଇ ବ୍ୟବଧାନ ଥିବା କାନ୍ଥରେ ବା କବାଟରେ କାନ ଲଗାଇବାକୁ କାନ ପାଡ଼ିବା କହନ୍ତି]
- ୧୩. (ବଡ଼ି, ଘସି, ଗଜା, ଇଟା ଆଦିରେ ପିଣ୍ଡୁଳାମାନଙ୍କୁ ଶୁଖାଇବା ପାଇଁ) ଭୂମି ବା ପଟା ଉପରେ ସ୍ଥାପିତ କରିବା —୧୩. To lay (cowdung cakes, balls of confectionary bricks) on the ground or board to dry.