ପାଡ଼ ଗଣ୍ଠି
ପାଡ଼ ଗଣ୍ଠି
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ଅଶିଷ୍ଟ) (ସଂସ୍କୃତ - ପର୍ଦ୍ଦ+ଗ୍ରନ୍ଥି)
[ସମ୍ପାଦନା]ବହୁ ଶିଶୁ ବାଳକଙ୍କ ମଧ୍ୟରେ ଅଧୋବାୟୁ ନିଃସାରକ ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏକ ପ୍ରକାର ମାଣ୍ଡୁ —A kind of ordeal for adjudg ing as to who of the assembled children broke wind.
[ଦ୍ରଷ୍ଟବ୍ୟ —ଏକତ୍ର ଉପସ୍ଥିତ ଗୁଡ଼ିଏ ଶିଶୁଙ୍କ ମଧ୍ୟରୁ ଜଣେ କେହି, ବାତକର୍ମ କଲେ ଓ ନ ମାନିଲେ, ଜଣେ ଗୁଡ଼ିଏ କୁଟା କାଠି ହାତରେ ମୁଠାଇ ଧରେ ଓ ତହିଁ ମଧ୍ୟରୁ ଖଣ୍ଡେ କୁଟାରେ ଗଣ୍ଠି ପଡ଼ି ଥାଏ କୁଟାମାନ ଧରିଥିବା ଶିଶୁର ହାତରୁ ସେହି ମୁଠିଆ ହୋଇ— ଥିବା କୁଟାରୁ ଉପସ୍ଥିତ ଶିଶୁମାନେ ପ୍ରତ୍ୟକ ଖଣ୍ଡେ ଖଣ୍ଡେ ଓଟାରି ନିଅନ୍ତି ଯେଉଁ ଶିଶୁ ଗଣ୍ଠି ପଡ଼ିଥିବା କୁଟା ଖଣ୍ଡି ନିଏ, ସେହି ଶିଶୁ ଏହି କୋଦିଣ୍ଡା ନିଶାପ ଅନୁସାରେ ବାତକର୍ମ କରିଥିବାର ଶିଶୁ ଦରବାରରେ ସାବ୍ୟସ୍ତ ହୁଏ ବିହାର ଅଞ୍ଚଳରେ ଖଣ୍ଡିଏ କାଠିରେ ଅଗକୁ ବଙ୍କା କରି ଦେଇ ଜଣେ ପିଲା ଆପଣା ଆଖି ବୁଜି ଉକ୍ତ କାଠିକୁ ଦୁଇ ହାତରେ କରତଳରେ ଦହି ଖୁଆକୁ ମୋହିଁଲା ଭଳି ଘୁରାଏ ଏବଂ ଘୁରାଉ ଘୁରାଉ ଉକ୍ତ କାଠିର ବକ୍ରୀକୃତ ଅଗ୍ର ଯେଉଁ ପିଲା ଆଡ଼କୁ ବୁଲି ଯିବାର ଦେଖାଯାଏ ସେହି ପିଲାଟି ବାତକର୍ମ କରିଥିବାର ସାବ୍ୟସ୍ତ ହୁଏ]