ପାଣିଗ୍ରାହୀ
ଦେଖଣା
ପାଣିଗ୍ରାହୀ
ଉଚ୍ଚାରଣ
[ସମ୍ପାଦନା](ପାଣିଗ୍ରାହିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ପାଣି+ଗ୍ରହ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଇନ୍)
[ସମ୍ପାଦନା]ହାତ ଧରିଥିବା ଲୋକ — (a person) Holding one's hand.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରାହ୍ମଣମାନଙ୍କ ଉପାଧିବିଶେଷ — ୧. A title of Brāhmaṇas.
- ୨. ରାଜା ବ୍ରହ୍ମୋତ୍ତର ଗ୍ରାମ ପାଇଁ ଭୂମିଦାନ କରିବା ସମୟରେ ସଂକଳ୍ପ ସହିତ ଜଳ ଯେଉଁ ବ୍ରାହ୍ମଣଙ୍କ ହାତକୁ ଦିଅନ୍ତି — ୨. A Brāhmaṇa who receives the formal gift of land made to a colony of Brāhmaṇas by a Raja.
[ଦ୍ରଷ୍ଟବ୍ୟ —ରାଜାମାନେ ପୂର୍ବେ ବହୁ ବ୍ରାହ୍ମଣଙ୍କୁ ଦୂରବିଦେଶରୁ ଅଣାଇ ବ୍ରାହ୍ମଣଶାସନମାନ ବସାଇବା ସମୟରେ ଏକ ଶାସନର ଉପନିବେଶୀ ସମସ୍ତ ବ୍ରାହ୍ମଣଙ୍କ ହାତକୁ ପାଣି ଟେକି ନ ଦେଇ ସେମାନେ ପ୍ରତିନିଧି ସ୍ୱରୂପ ଜଣେ ପ୍ରଧାନ ବ୍ରାହ୍ମଣଙ୍କ ହାତକୁ ଦାନ ସଂକଳ୍ପ ମନ୍ତ୍ର ଉଚ୍ଚାରଣ ପୂର୍ବକ ପାଣି ଟେକି ଦେଉ ଥିଲେ; ସେହି ବ୍ରାହ୍ମଣଙ୍କୁ ପାଣି— ଗ୍ରାହୀ ବୋଲାଯାଉଥିଲା]