ପାଣିନି
ଦେଖଣା
ପାଣିନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ନାମ)
[ସମ୍ପାଦନା]ପ୍ରସିଦ୍ଧ ସଂସ୍କୃତ ବ୍ୟାକରଣରେ ସୂତ୍ରକାର — Name of the celebrated compiler of Sanscrit Grammer.
[ଦ୍ରଷ୍ଟବ୍ୟ —ଖ୍ରାଷ୍ଟ ଜନ୍ମର ୪ର୍ଥ ଓ ୫ମ ଶତାବ୍ଦି ପୂର୍ବେ (ମତାନ୍ତରେ ୭ମ ଶତାବ୍ଦି ପୂର୍ବେ) ଗାନ୍ଧାର ପ୍ରଦେଶସ୍ଥ ଶାଳାତୁର ଗ୍ରାମରେ ଏ ଜନ୍ମି ଥିଲେ ଏହାଙ୍କର ପ୍ରସିଦ୍ଧ ସଂସ୍କୃତ ବ୍ୟାକରଣ ଆଠ ଅଧ୍ୟାୟରେ ବିଭକ୍ତ ଏ ଗ୍ରନ୍ଥରେ ଗୁଡ଼ିଏ ସୂତ୍ର ଉଦାହରଣ ସହ ଦିଆ ଯାଇଅଛି ଆହୁରି ମଧ୍ୟ ଧାତୁପାଠ ନାମକ ଗୋଟିଏ ବ୍ୟାକରଣ ପରିଶିଷ୍ଟ ଏ ସଙ୍କଳନ କରିଥିଲେ କଥିତ ଅଛି ଯେ ପ୍ରଥମେ ଶିକ୍ଷାଲାଭାର୍ଥ ପାଟଲିପୁତ୍ରର ବର୍ଷ ନାମକ ଉପାଧ୍ୟାୟଙ୍କ ନିକଟରେ କେତେକ ଦିନ— ଅବସ୍ଥାନ କଲେ, କିନ୍ତୁ ଆଶାନୁରୂପ ପାଠୋନ୍ନତି ନ ହେବାରୁ ହିମାଳୟକୁ ଯାଇ ତପସ୍ୟା କଲେ ଓ ତପସ୍ୟାଦ୍ୱାରା ମହାଦେବଙ୍କୁ ସନ୍ତୁଷ୍ଟ କରି ତାଙ୍କ ବରରେ ବ୍ୟାକରଣ ଶାସ୍ତ୍ରରେ ବ୍ୟୁତ୍ପନ୍ନ ହେଲେ ଏହାଙ୍କ ମାତାଙ୍କ ନାମ ଦାକ୍ଷୀଦେବୀ—ସୁବଳଚନ୍ଦ୍ର]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଣିନିଙ୍କ କୃତ ସଂସ୍କୃତ ବ୍ୟାକରଣ —The Sanscrit grammar by Pāṇini.