ପାଣିପଥ
ପାଣିପଥ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଦିଲ୍ଲୀ ଓ ଅମ୍ୱାଲା ମଧ୍ୟସ୍ଥଳରେ ଥିବା ପ୍ରସିଦ୍ଧ ଯୁଦ୍ଧକ୍ଷେତ୍ର —Name of a battle field between Delhi and Ambala; Panipat.
[ଦ୍ରଷ୍ଟବ୍ୟ —ଏଠାରେ ଓ ଏହା ନିକଟରେ ଭାରତସାମ୍ରାଜ୍ୟର ଭାଗ୍ୟ— ନିର୍ଣ୍ଣାୟକ ଏକାଧିକ ଯୁଦ୍ଧ ହୋଇଥିଲା ଏହା ନିକଟରେ କୁରୁ— କ୍ଷେତ୍ରରେ ମହାଭାରତ ଯୁଦ୍ଧ ହୋଇଥିଲା ପୃଥ୍ୱୀରାଜ ଓ ସାହାବୁଦ୍ଦିନ ଘୋରୀଙ୍କ ସଙ୍ଗେ ଏତିରେ ନିକଟରେ ଯେଉଁ ଯୁଦ୍ଧ ହୋଇଥିଲା ତହିଁର ଫଳରେ ଭାରତରେ ପଠାଣ ରାଜ୍ୟର ଆରାମ୍ଭ ହୋଇଥିଲା ଓ ଖ୍ରା. ୧୫୨୬:ରେ ଏହି ୟୁଦ୍ଧକ୍ଷେତ୍ରରେ ବାବର ପଠାଣ ସମ୍ରାଟ ଇବ୍ରାହିମ୍ଲୋଦୀଙ୍କୁ ପରାସ୍ତ କରି ମୋଗଲସାମ୍ରାଜ୍ୟର ମୂଳଭିତ୍ତି ସ୍ଥାପନ କରିଥିଲେ, ଏ ଭାରତ ଇତିହାସରେ ପ୍ରଥମ ପାଣିପଥ ଯୁଦ୍ଧ ନାମରେ ଖ୍ୟାତ ଖ୍ରା. ୧୫୫୬:ରେ ଆକବର ତାଙ୍କ ମାମୁ ଓ ଶିକ୍ଷା ଗୁରୁ ବୈରାମ ଖାଁଙ୍କ ସହାୟତାରେ ବାଲ୍ୟାବସ୍ଥାରେ ଏହିଠାରେ ମହମ୍ମଦ୍ ଆଦିଲ୍ସାହାଙ୍କ ସେନାପତି ହିମୁଙ୍କୁ ପରାସ୍ତ କରି ପିତାଙ୍କ ହୃତ ରାଜ୍ୟର ଉଦ୍ଧାର କରିଥିଲେ; ଏହା ଦ୍ୱିତୀୟ ପାଣିପଥ ଯୁଦ୍ଧ ୧୭୬୧: ସାଲରେ ଏହି ୟୁଦ୍ଧ କ୍ଷେତ୍ରରେ ଆଫଗାନିସ୍ଥାନର ରାଜା ଆହମଦ୍ସାହା ଅବ୍ଦାଲୀ ଭାରତ ଆକ୍ରମଣ କରି ପେଶାବା ବାଲଜୀ ବାଜୀରାଓଙ୍କ ସୈନ୍ୟଙ୍କୁ ଏହିଠାରେ ପରାସ୍ତକରି ମରହଟ୍ଟା ଶକ୍ତିର ଧ୍ୱଂସସାଧନ କରିଥିଲେ; ଏହା ତୃତୀୟ ପାଣିପଥ ଯୁଦ୍ଧ—ପ୍ରୋଥେରୋ ସାହେବଙ୍କ ଭାରତ ଇତିହାସ]