ପାଣି ଛିଞ୍ଚିବା
ଦେଖଣା
ପାଣି ଛିଞ୍ଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଣି ଛିଞ୍ଚିବା
|
ଦେଶଜ - କ୍ରି. (ସ. ପାନୀୟ+ସିଚ୍ ଧାତୁ)
[ସମ୍ପାଦନା]- ୧. କୌଣସି ସ୍ଥାନରେ ଜଳବିନ୍ଦୁ ସେଚନ କରିବା —୧. To sprinkle water on a place.
- ୨. (ଲକ୍ଷଣାର୍ଥ) କୋମଳ କଥା କହି ମନୋରଞ୍ଜନ କରିବା —୨. (figurative) To please a person by soft words.
ଉପରେ ଉପରେ ଛିଞ୍ଚିଲ ପାଣି ତଳେ କାଟୁଥାଏ ଶିଅକୁ ଜଣି ଢଗ
- ୩. (ଲକ୍ଷଣାର୍ଥ) କୋମଳ ବାକ୍ୟ ପ୍ରୟୋଗଦ୍ୱାରା କୌଣସି ବ୍ୟକ୍ତିର କ୍ରୋଧକୁ ଶାନ୍ତ କରିବା —୩. To quench the anger of a person by soft words.
- ୪. ଲୋକେ ଖାଇବାପାଇଁ ଭୂମିରେ ପାତିତ କଦଳୀପତ୍ରଆଦି ଉପରେ ଖାଦ୍ୟ ବଢ଼ାଯିବା ପୂର୍ବରୁ ଜଳବିନ୍ଦୁ ସେଚନ କରିବା — ୪. To sprinkle water on plantain or other leaves spread on the ground before food is served on them.
[ଦ୍ରଷ୍ଟବ୍ୟ —ଖାଇବା ସ୍ଥାନକୁ ପ୍ରଥମେ ଓଳାଇବାକୁ ହୁଏ, ଓଳିଆ, ହେବା ପରେ ସେ ସ୍ଥାନରେ ଭୂମିରେ ପାଣି ଛିଞ୍ଚାଯାଏ, ତା ପରେ କଦଳୀ ପତ୍ର ପକାଯାଏ, ତା ପରେ କଦଳୀ ପତ୍ର ଉପରେ ପାଣି ଛିଞ୍ଚା ଯାଏ, ତା ଉପରେ ଲୁଣ ବଢାଯାଏ, ତା ପରେ ଅନ୍ନାଦି ବଢ଼ଯାଏ]