Jump to content

ପାତକ

ଉଇକିଅଭିଧାନ‌ରୁ

ପାତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପତ୍ ଧାତୁ ଣିଚ. ପାତି ଧାତୁ=ତଳକୁ ପକାଇବା+ କର୍ତ୍ତୃ. ଅକ; ଯହା ମନୁଷ୍ୟର ଅଧଃପଚତନ ଘଟାଏ)

[ସମ୍ପାଦନା]
୧. ପାପ —୧. Sin.

କଭଇ ସେ ପାତକମାନଙ୍କୁ ଧ୍ୱଂଶନ କୃଷ୍ଣସିଂହ . ମହାଭାରତ ଆଦି

୨. ଦୋଷ; ଅପରାଧ —୨. Guilt; crime.
୩. ପତନକାରକ ବସ୍ତୁ; ଯାହା ପତନ ଘଟାଏ — ୩. That which causes some thing ti fall down.
୪. ମନୁଷ୍ୟର ଅଧଃପତନର ହେତୁ —୪. The cause of one's downfall or ruin.

[ ଦ୍ର—ପାତକ ଦୁଇ ପ୍ରକାର—(୧)ମହାପାତକ;(୨) ଉପ— ପାତକ

ବ୍ରହ୍ମହତ୍ୟା, ସ୍ତ୍ରୀହତ୍ୟା, ଗୋହତ୍ୟା, ଗୁରୁପତ୍ନୀଗମନ ଓ ବାଳକ ହତ୍ୟା ଏଗୁଡ଼ିକ ଶାସ୍ତ୍ର ଅନୁସାରେ ମାହାପାତକ ବା ମହାପାପ (henious sine) ଅଟେ ମତାନ୍ତରରେ ବ୍ରହ୍ମହତ୍ୟା, ଗୋହତ୍ୟା, ସୁରାପାନ, ସ୍ତେୟ ବା ଚୋର୍ଯ୍ୟ ଓ ଗୁର୍ବଙ୍ଗନାସଙ୍ଗମ ଏ ପାଞ୍ଚଟି ମହା— ପାତକ ଅଟେ (ମନୁ ୧୧୫୫: ); ମିଥ୍ୟାକଥନ, ସୁରାପାନ, ଅବିବାହିତା କନ୍ୟାରମଣ, ପରସ୍ତ୍ରୀଗମନ ଓ କୃତଘ୍ନତା; ଶାସ୍ତ୍ର ଅନୁସାରେ ଏ ଗୁଡ଼ିକ ଉପପାତକ ବା ଲଘୁତର ପାପ (lesser sins). ହିନ୍ଦୁ ସ୍ମତିଶାସ୍ତ୍ରରେ ଆହୁରି ୫୪:ଟି ଉପପାତକ ମଧ୍ୟ ବର୍ଣିତ ଅଛି ଯଥା—ମାଛିଆ ପାତକ]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପତନ ଘଟାଇବା — Causing fall or downfall.