ପାତି ଦେବା
ଦେଖଣା
ପାତି ଦେବା
ଉଚ୍ଚାରଣ
[ସମ୍ପାଦନା](ପାତିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାତି ଦେବା
|
ଦେଶଜ - କ୍ରି—(ସଂସ୍କୃତ - ପତ୍ ଧାତୁ ଣିଚ୍ ପାତି ଧାତୁ)
[ସମ୍ପାଦନା]- ୧. (ବିଛଣା) ପକାଇବା; ବିସ୍ତୃତ କରିବା — ୧. To spread out.
ଗୁନ୍ଥି ଫୁଲ ମାଳୀ ମାଳୀ ପ୍ରାୟେ ପାତି ତୂଳି ତୂଳିକେ ଚିତ୍ର ଲେଖିବି ଭାଳି ଭାଳି—ଭଞ୍ଜ ପ୍ରେମସୂଧାନିଧି
- ୨. (ଫାନ୍ଦ, ଗୋଡ଼ ପ୍ରଭୃତି) ଭୂମିରେ ଲମ୍ୱାଇବା; ପତାଇବା — ୨. To lay out.
ସତ୍ୟବାନ ଶୋଇବାବେଳରେ ମୁଣ୍ଡକୁ ପାତିଦେଲେ ନେଇ ସେ ଆପଣା ଜଙ୍ଘକୁ—କୃଷ୍ଣସିଂହ ମହାଭାରତ ବନ
- ୩. (ହାତ, କାନ) ଟେକିକରି ଦେଖାଇବା; ପ୍ରସାରିତ କରିବା — ୩. To extend (hand, ear).
- ୪. (ଗଣ୍ଠି) ରଚନା କରିବା; ପକାଇବା — ୪. to make (knot).
- ୫. (କାନ) ଡ଼େରିବା; ଶୁଣିବାପାଇଁ କାନକୁ ନୁଆଁଇବା — ୫. To lower or direct one's ears to listen.
ତାହା ଶୁଣି ସମ୍ପ୍ରାତି କର୍ଣ୍ଣ ବେନି ପାତି କରିଗଲେ ଶୋକ ଅଗ୍ନିରେ ଅତି ତାତି—କୃଷ୍ଣସିଂହ ମହାଭାରତ ବନ
- ୬. (ପାତ୍ର ପ୍ରଭୃତି) ଟେକିକରି ଦେଖାଇବା — ୬. To show by holding up (a cup)
ତହିକି ସଇଭିନ୍ଧ୍ରୀ ସୁନା ପାତ୍ର ପାତି ସେ ରକତଯାନ ସେ ଧଇଲେ ଝଟକି—କୃଷ୍ଣସିଂହ ମହାଭାରତ ବିରାଟ
- ୭. ନିରୂପଣ କରିବା — ୭. To ascertain; to take for granted.
ରଜଗୁଣରୁ ଛ ଧାନ ଆଣିଲା ଛ ଏ ଆଦି ଭୂତ ବୋଲି ପାତିଲା—ପ୍ରାଚୀ ପରଚେଗୀତା