Jump to content

ପାପ ରୋଗ

ଉଇକିଅଭିଧାନ‌ରୁ

ପାପ ରୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ପାପ+ ରୋଗ)

[ସମ୍ପାଦନା]
୧. ଯେଉଁ ରୋଗ ପୂର୍ବ ଜନ୍ମ ବା ଇହ ଜନ୍ମରେ କରିବା ପାପର ପରିଣାମ ବୋଲି ଲୋକେ ବିଶ୍ୱାସ କରନ୍ତି —Any disease believed to be the penalty for sins committed.

[ଦ୍ରଷ୍ଟବ୍ୟ —ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ କୁଷ୍ଠ, ଯକ୍ଷ୍ମା, କୁନଖ (କଣନଖା), ଶ୍ୟାବଦନ୍ତ (ଦାନ୍ତ କଳା ପଡ଼ିଯିବା), ପୀନସ, ପୂତି ବକ୍ର (ଶ୍ୱାସ ବାୟୁରୁ ଦୁର୍ଗନ୍ଧ ବାହାରିବା), ହୀନଙ୍ଗତା, ଶ୍ୱିତ୍ର, ଶ୍ୱେତକୁଷ୍ଠ, ପଂଗୁତା, ମୂକତା, ଲୋକକଜିହ୍ୱତା, ଉନ୍ମାଦ, ଅପସ୍ନାର, ଅନ୍ଧତା, କାଣତ୍ୱ, ଭ୍ରାମର (ମୁଣ୍ଡ ଘୂରିବା), ଗୁଳ୍ମ, ଶ୍ଳୀପଦ (ଗୋଦର) ଆଦି ପାପରୋଗ ଗ୍ରସ୍ତ ବ୍ୟକ୍ତିର ଓ ବ୍ରହ୍ମହତ୍ୟା, ସୁରାପାନ, ସ୍ୱର୍ଣ୍ଣ ହରଣ ଆଦି ବିଶେଷ ବିଶେଷ ପାପ କରିଥିବା ବ୍ୟକ୍ତିର ନରକ ଗମନ ହୁଏ ଓ ପରେ ପଶୁ କୀଟ, ପତଙ୍ଗ ଆଦି ପାପ ଯୋନିରେ ଜନ୍ମ ଲାଭ କରିବା ପରେ ପୁଣି ମନୁଷ୍ୟ ଜନ୍ମ ଲାଭ ହୁଏ—ହି, ଶ)

୨. ମସୁରିକା; ବସନ୍ତରୋଗ (ହିନ୍ଦୀ - ଶ.) —୨. Small pox.