Jump to content

ପାର

ଉଇକିଅଭିଧାନ‌ରୁ

ପାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପର+ଅ, କିମ୍ୱା ପାର୍ ଧାତୁ=କର୍ମ ସମାପ୍ତ ହେବା+ ଭାବ. ଅ; କିମ୍ୱା ପୃ ଧାତୁ=ନଦ୍ୟାଦି ପାରି କରିବା+ କର୍ତୃ. ଅ)

[ସମ୍ପାଦନା]
୧. ଜଳାଶୟ ବା ନଦୀର ଅନ୍ୟ ତୀର; ପାରି —୧. Opposite or further bank; the other side or shore of a river or water.

ତରୁଣି ତରଣୀ ହୋଇ ଲଗାଥ ତୁ ପାରେ କବିସୂର୍ଯ୍ୟ. ସଙ୍ଗୀତ

୨. ଉଦ୍ଧାର; ଉତ୍ତରଣ —୨. Deliverance.
୩. ମୁକ୍ତି; ମୋକ୍ଷ —୩. Salvation.
୪. (ପୃ ଧାତୁ=ପୂରଣ କରିବା+ଭାବ. ଅ)— କୌଣସି ବିଷୟର ସୀମା ବା ଶେଷପ୍ରାନ୍ତ — ୪. The end or limit of anything; goal; extremity.

ଜଳନ୍ତର ପୁରନ୍ଦର ଚାଟୁ ଜଳପାରେ ରସିଲା ରସ ବା ରସକୁତହଳ ପାରେ କବିସୂର୍ଯ୍ୟ. ସଙ୍ଗୀତ

୫. ପୂର୍ଣ୍ଣତା —୫. Fullness.
୬. ପାରଦ; ପାରା ଧାତୁ —୬. Mercury (metal).
୭. ନିଜକୃତ ସଂକଳ୍ପ ବା ପ୍ରତିଜ୍ଞାର ପୂର୍ଣ୍ଣତା ବା ସଫଳତା — ୭. Fulfilment or fruition of one's promise or vow.

ପ୍ରତିଜ୍ଞାର ପାରକୁ ପାଇଲା ଅର୍ଜୁନ ବରିଣ ଜୟଦ୍ରଥ ରାଜାର ନିଧନ କୃଷ୍ଣସିଂହ, ମହାଭାରତ ଦ୍ରୋଣ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନଦୀଆଦିର ଉଲ୍ଲଂଘନ — ୧. Crossing of a river.
୨. ନିରାପଦରେ ବିପଦଆଦିକୁ ଟପିଯିବା — ୨. Going through a danger safely.
୩. (ସଂସ୍କୃତ - ପରିପାକ)—ଖାଦ୍ୟଦ୍ରବ୍ୟର ପରିପାକ — ୩. Digestion of-food.


୪. ସ୍ୱକୃତ ପାପ; ଅପରାଧଆଦିର ବିଷମୟ ଫଳ ଭୋଗରୁ ମୁକ୍ତି — ୪. Exemption from suffering the punishment for a sin or guilt.
୫. (ସ୍ତ୍ରୀ) ପାର୍ବତୀ ନାମକ ସ୍ତ୍ରୀକୁ ଡାକିବାର ନାମ —୫. Name by which a woman named Pārbatī is called.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେ ନଦୀଆଦି ପାରି ହୋଇଥାଏ — ୧. Having crossed a river.
୨. ଜୀର୍ଣ୍ଣ କରାଯାଇ ଥିବା (ଖାଦ୍ୟ) — ୨. Digested (food).