Jump to content

ପାରଣା

ଉଇକିଅଭିଧାନ‌ରୁ

ପାରଣା

ଉଚ୍ଚାରଣ

[ସମ୍ପାଦନା]

(ପାରଣୀୟ—ବିଣ)

ସଂସ୍କୃତ - ବିଶେଷ୍ୟ - (ପୃ ଧାତୁ+ଭାବେ. ଅନ; ପକ୍ଷେ+ଆ)

[ସମ୍ପାଦନା]
୧. ବ୍ରତ ବା ଉପବାସ ପରେ ପ୍ରଥମ ଭୋଜନ; ଭୋଜନଦ୍ୱାରା ଉପବାସର ଉଦ୍ୟାପନ; ପାଳନା — ୧. Breaking of a religious fast; the first meal after a fast, a breaking fast.

[ ଦ୍ର—ରୋହିଣୀ ବ୍ରତ ଭିନ୍ନ ଅନ୍ୟ ସମସ୍ତ ବ୍ରତରେ ଦିବାଭାଗରେ ପାରଣା କର୍ତ୍ତବ୍ୟ ]

ବଞ୍ଚିତ ତୁମ୍ଭାର ଶୃଳ ରିପୁ ରକ୍ତ ସ୍ୱାଦୁଁ ବହୁ ଦିନ ଦିଅ ତାଙ୍କୁ ଶୋଣିତ ପାରଣ ରାଧାନାଥ, ମହାଯାତ୍ରା

୨. ବ୍ରତର ସମାପ୍ତି — ୨. Formal conclusion of a fast.
୩. (ପୃ ଧାତୁ=ପୂର୍ଣ୍ଣ ହେବା+ଣିଚ୍=ପାରି ଧାତୁ=ପୂର୍ଣ୍ଣ କରିବ+ଭାବ. ଅନ+ଆ)—ତୃପ୍ତି — ୩. Satiety; satisfaction.
୪. (+କର୍ତ୍ତୃ. ଅନ) ମେଘ —୪. Cloud.
୫. କାର୍ଯ୍ୟ ସମାପନ —୫. Accomplishment (Apte).
୬. ସମାପ୍ତି (ହିନ୍ଦୀ - ଶ.) —୬. Completion.
୭. ସମଗ୍ର ଲେଖର ପଠନ — ୭. Reading through; perusal (Apte).
୮. ଭୋଜନ —୮. Eating (Apte).



ପାରଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାରଣ (ଦେଖ) - — Pāraṇa (See)