ପାରଳାଖେମୁଣ୍ଡି
ପାରଳାଖେମୁଣ୍ଡି
ଉଚ୍ଚାରଣ
[ସମ୍ପାଦନା](ପାରଲାଖେମିଡ଼ି, ପାରଳାଖିମିଣ୍ଡି(ଡ଼ି), ପାରଳାଖିମୁଡ଼ି, ପାରଲାଖିମୁଣ୍ଡି, ପାରଲାଖେମଡ଼ି, ପାରଲା ଖେମଡ଼ି, ପାରଲା ଖେମଣ୍ଡି, ପାରଲା ଖେମିଣ୍ଡି, ପାରଲା ଖେମୁଡ଼ି, ପାରଲା ଖେମୁଣ୍ଡି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଞ୍ଜାମରେ ଗୋଟିଏ ପ୍ରସିଦ୍ଧ ଓଡ଼ିଆ ରାଜ୍ୟ ଓ ତାହାର ରାଜଧାନୀ —Parlakemidi; name of big eatate in Ganjam.
[ଦ୍ରଷ୍ଟବ୍ୟ —ଖେମଣ୍ଡି ତଳେ ନୋଟ୍ ଦେଖ ଏ ରାଜ୍ର ରାଜାମାନେ ଓଡ଼ିଶାର ପ୍ରାଚୀନ ଗଜପତି ରାଜବଂଶୀୟ ଏମାନଙ୍କ ଉପାଧି ଗଜପତି ନାରାୟଣ ଦେବ ଏ ବଂଶର ରାଜାମାନେ ପୁରୁଷାନୁକ୍ରମେ ସାହିତ୍ୟ, କାବ୍ୟ, ନାଟକ, ଅଭିନୟ ଆଦି କଳାବିଦ୍ୟାମାନଙ୍କର ପୃଷ୍ଠପୋଷକ ରୂପେ ପ୍ରସିଦ୍ଧି ଲାଭ କରି ଆସୁଅଛନ୍ତି ଏ ରାଜଧାନୀରେ ଗୋଟିଏ ସେକେଣ୍ଡ ଗ୍ରେଡ଼ କଲେଜ ଅଛି ଏହି ବଂଶର ସ୍ୱର୍ଗୀୟ ସେକେଣ୍ଡ ପ୍ରିଲ୍ ପଦ୍ମନାଭ ନାରାୟଣ ଦେବ (ଡ଼ାକନାମ ଚନ୍ଦ୍ର ମହାରାଜା) ଜଣେ ବିଶିଷ୍ଟ ସାହିତ୍ୟାନୁରାଗୀ ମହାତ୍ମା ଥିଲେ ଏହା ପ୍ରାଚୀନ ଉତ୍କଳର ଗୋଟିଏ ଅଂଶ ଥିଲା ଏଥିର ରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତ ନାରାୟଣ ଦେବ ବିଲାତର ପ୍ରଥମ ରାଉଣ୍ଡଟେବଲ୍ କନଫରେନ୍ସରେ ସମଗ୍ର ଉତ୍କଳ ଭାଷୀ ଅଞ୍ଚଳ ଏକ ଶାସନାଧୀନ ହେବା ପାଇଁ ଯେଉଁ ପ୍ରଚେଷ୍ଟା କରିଥିଲେ ତହିଁର ଫଳରେ କେତେକ ଉତ୍କଳଭାଷୀ ଅଞ୍ଚଳ ମିଶି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସଂଘଟିତ ହେଲା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ସମ୍ପର୍କରେ ରାଜା ଶ୍ରୀକଋଷ୍ଣଚନ୍ଦ୍ରଙ୍କର ପ୍ରଥମ ଓ ତୃତୀୟ ରାଉଣ୍ଡ୍ଟେବଲ୍ କନ୍ଫରେନ୍ସରେ ପ୍ରଗାଢ଼ ଚେଷ୍ଟା ଓ ତୃତୀୟ କନ୍ଫରେନ୍ସରେ ଖଲିକୋଟ ଆଠଗଡ଼ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜାଙ୍କ ଉଦ୍ୟମ ଓଡ଼ିଶାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପି ବଦ୍ଧ ହୋଇ ରହିବ ପାରଳା ଖେମୁଣ୍ଡିରେ କବି ଗୋପାଳକୃଷ୍ଣ ଜନ୍ମି ଥିଲେ ଏହି ରାଜ୍ୟ ଗଞ୍ଜାମରେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ସ୍ୱର୍ଗୀୟ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଜନ୍ମସ୍ଥାନ]