ପାରିଜାତ
ଦେଖଣା
ପାରିଜାତ
ଉଚ୍ଚାରଣ
[ସମ୍ପାଦନା](ପାରିଜାତକ—ଅନ୍ୟରୂପ)
(ପାରିଜାତକ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପରିଜାତ=ଜନ୍ମିଥିବା+ଅ; ପାରିନ୍=ସମୁଦ୍ର+ ଜାତ; ସମୁଦ୍ର ମନ୍ଥନରୁ ବାହାରିଥିବାରୁ)
[ସମ୍ପାଦନା]- ୧. ଦେବତାରୁ; ସ୍ୱର୍ଗର ମନ୍ଦାର; ଇନ୍ଦ୍ରଙ୍କ ଉଦ୍ୟାନରେ ପ୍ରାଧାନ ପୁଷ୍ପ —୧. A mythical flower of Paradised and its tree.
[ଦ୍ରଷ୍ଟବ୍ୟ —ଏହା ସମୁଦ୍ର ମନ୍ଥନ ବେଳେ ଚନ୍ଦ୍ର ଓ ଲକ୍ଷ୍ମୀ ଆଦିଙ୍କ ସଙ୍ଗରେ ସମୁଦ୍ରରୁ ବାହାରି ଥିଲା ଓ ଇନ୍ଦ୍ର ଏହାକୁ ଆପଣା ନନ୍ଦନ ଉଦ୍ୟାନରେ ଲଗାଇଥିଲେ; ଶ୍ରୀକୃଷ୍ଣ ଉକ୍ତ ବୃକ୍ଷକୁ ଇନ୍ଦ୍ରଙ୍କ ଉଦ୍ୟାନରୁ ବଳପୂର୍ବକ ଆଣି ସତ୍ୟଭାମାଙ୍କ ବିହାର କାନନରେ ଲାଗଇଥିଲେ]
- ୨. ସୁଗନ୍ଧ ଦ୍ରବ୍ୟବିଶେଷ — ୨, Name of a scent.
- ୩. ପାଳଧୁଆ ଗଛ — ୩. the coral tree; Erythrina Indica.
- ୪. ଶୃଙ୍ଗାର ହାର (ହିନ୍ଦୀ - ଶ) — ୪. Nyctanthes Arboretrestes (flower).
- ୫. କୋବିଦାର (ହିନ୍ଦୀ - ଶ) (ଦେଖ) - ୫. The red variety of Kan̄chana tree.
- ୬. (ନାମ) ଐରାବତ ବଂଶର ଏକ ହାତୀ (ହିନ୍ଦୀ - ଶ) — ୬. Name of a mythological elephant.
- ୭. ସିତୋଦ ପର୍ବତ (ହିନ୍ଦୀ - ଶ) — ୭. Name of a mountain.
- ୮. (ନାମ) ଋଷିବିଶେଷ (ହିନ୍ଦୀ - ଶବ୍ଦସାଗର) — ୮. Name of a sage.
- ୯. ସୁଗନ୍ଧ —୯. Fragrance (Apte)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ପିଠା — Name of a kind of cake.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଏପପ୍ରସ୍ତିଆ ପାଞ୍ଚପାଖୁଡ଼ିଆ ମନ୍ଦାର ଫୁଲ —Single-petalled Chine rose.
[ଦ୍ରଷ୍ଟବ୍ୟ —ଏହାର ମଝିରୁ ଗୋଟିଏ ଲମ୍ୱ ଗର୍ଭକେଶର ବାହାରି ଥାଏ ବହୁ ପରସ୍ତିଆ ମନ୍ଦାର ଫୁଲକୁ ମନ୍ଦାର ବୋଲାଯାଏ]