ପାରିବା
ପାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରି. (ସଂସ୍କୃତ - ପର ଧାତୁ=କର୍ମ ସମାପ୍ତ କରିବା, କ୍ଷମ ହେବା; ତୁଳ; ତା, ପେରୁ=(ବଢ଼ିବା)
- ୧. କ୍ଷମ ହେବା; ସମର୍ଥ ହେବା —୧. To be able.
- ୨. ଯୋଗ୍ୟ ହେବା —୨. To be fit.
ଅନୁବାଦ
[ସମ୍ପାଦନା]
|
- ୩. (ସଂସ୍କୃତ - ପତ୍ ଧାତୁ ଣିଚ୍ ପାତି ଧାତୁ) ପାରିବା; ପାତିବା; ଭୁଇଁରେ ବିଛାଇବା; ପକାଇବା — ୩. To spread on the ground.
ଯଥା—ଶେଯ ପାରିବା
- ୪. (କାନକୁ ଶ୍ରବଣାର୍ଥ) ପାତିବା —୪. To set ready or direct (one's ears to hear something more clearly.)
ଯଥା—କାନ ପାରିବା
- ୫. ସ୍ଥାପନ କରିବା —୫. To place; to set up.
ପାରିଲେଣି ଏବେ ଦେବ ବିକର୍ତ୍ତନ ଭାଲେରି ଶିଖରେ ସ୍ପର୍ଶ ସିଂହାସନ ରାଧାନାଥ. ଚିଲିକା
- ୬. ଗଛରୁ ଫଳ ଆଦି ଘେନିବା; ତୋଳିବା — ୬. To pluck fruits from trees.
(ଯଥା—ନଡ଼ିଆ ପାରିବା)
- ୭. ସମକକ୍ଷ ହେବା; ତୁଲ୍ୟ ବେବା — ୭. To be equal to.
(ଯଥା—ପଢ଼ାରେ ତୋ ସଙ୍ଗେ ମୁଁ ପାରିବି ନାହିଁ)
- ୮. ହଟେଇବା; ପରାଜୟ କରିବା —୮. To defeat.
ନ ପାରିବା ହ ଶତ୍ରୁକୁ କାନ୍ଧେ ବହିଥିବ ବେଳ କାଳ ଜାଣିଣ ଛେତି ପକାଇବ କୃଷ୍ଣସିଂହ, ମହାଭାରତ ଆଦି
- ୯. କାର୍ଯ୍ୟକ୍ଷମ ହେବା; ସାଂସାରିକ କାର୍ଯ୍ୟ ନିର୍ବାହ କରିବାକୁ ସମର୍ଥ ହେବା —୯. To become fit for worldly duties (e. g earning, maintaining one's family, doing work.).
- ୧. ଭୁମିରେ (ଘଷି) ଥାପିବା — ୧୦. To lay on the ground.
(ଯଥା—ଘଷି ପାରିବା)
- ୧୧. ନୁଆଁଇବା; ନତ କରିବା — ୧୧. To bend; to lower.
(ଯଥା—ମୁଁ ମୁଣ୍ଡ ପାରି ଦେଇ ନ ଥିଲେ ରେଲ ଗାଡ଼ିର ପାଉଁଦାନ୍ ମୋ ମୁଣ୍ଡକୁ ଛତ୍ତୁ କରି ଦେଇ ଥାଆନ୍ତା)
- ୧୨. ଅର୍ଜନ କରିବା —୧୨. To earn.,
(ଯଥା—ପୁଅ ପାରିଲେ ମୋର ଆଉ ଚିନ୍ତା କଅଣ?)
- ୧୩. ଥାପିବା; ପ୍ରସ୍ତୁତ କରିବା — ୧୩. To prepare; to make; to set up.
(ଯଥା—ଚୁଲି ପାରିବା)
- ୧୪. ଭୁମିରେ କଚାଡ଼ି ହେବା; ଭୁମିସାତ୍ କରିବା — ୧୪. To fell; to dash to the ground.
- ୧୫. (ସଂସ୍କୃତ - ପାର ଧାତୁ; ସଂସ୍କୃତ - ପାରଗ) ସାବାଲକ ହେବା; ଯୌବନ ଲାଭ କରିବା; (କନ୍ୟା) ପୌଢ଼ା ହେବା; ପ୍ରାପ୍ତବୟସ୍କା ହେବା; (କନ୍ୟା) ରଜୋବତୀ ହେବା —୧୫. To attain maturity or puberty.
- ୧୬. କାମ କରିବାକୁ ସମର୍ଥ ହେବା — ୧୬. To be able to work.
(ଯଥା—ମୋତେ ଷାଠିଏ ବର୍ଷ ପୁରିଗଲାରୁ ମୁଁ ଆଇ ଏଣିକି ପାରୁ ନାହିଁ; ତା ପୁଅମାନେ ଏବକୁ ପାରି ଗଲେଣି)
- ୧୭. ପକାଇବା —୧୬. To throw.
ତୁ ହୋ ପୁଷ୍କର ବେଗେ କାଠି ପାର ପ୍ରାଚୀ. ନଳ ଚରିତ
- ୧୮. (ଡିମ୍ୱ) ପ୍ରସବ କରିବା —୧୮. To lay. (eggs).
(ଯଥା—କୋଇଲି ଥରକେ ଦୁଇ ତିନିଟି ଡିମ୍ୱ ପାରେ)
- ୧୯. ଲେଖିବା; ଅଙ୍କନ କରିବା; ଚିତ୍ରିତ କରିବା — ୧୯. To write down; to down; to make a drawing.
(ଯଥା—ଆମର ନୂଆବୋହୁ ମୁରୁଜରେ ଭୁଇଁରେ ଗୋଟିଏ ପଦ୍ମ ଚକ୍ର ପାରିଛି)
[ଦ୍ରଷ୍ଟବ୍ୟ —ସମର୍ଥ ହେବା ଅର୍ଥରେ ଅନ୍ୟ ଅସାମପିକା କ୍ରିୟ ସଙ୍ଗେ ପାରିବା କ୍ରିୟା ଯୁକ୍ତ ହୁଏ ଯଥା—କରି ପାରିବା, ଖାଇ ପାରିବା ଓ ଜାଣିପାରିବା, ଦେଖିପାରିବା ଇତ୍ୟାଦି]