ପାର୍ଶ୍ୱନାଥ
ଦେଖଣା
ପାର୍ଶ୍ୱନାଥ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜେନ ଧର୍ମର ପ୍ରତିଷ୍ଠିତା; ପରେଶନାଥ — The founder of Jainism.
[ଦ୍ରଷ୍ଟବ୍ୟ —ଏ ବାରାଣସୀର ରାଜା ଅଶ୍ୱସେନ ଓ ପୁଣ୍ୟବତୀ ରାଣୀ ବାମାଙ୍କର ପୁତ୍ର ଥିଲେ ପୌଷ ମାସ କୃଷ୍ଣଦଶମୀ ଏହାଙ୍କର ଜନ୍ମ ଦିନ ଏହାଙ୍କ ମାତା ଗର୍ଭାବସ୍ଥାରେ ଆପଣା ପାର୍ଶ୍ୱରେ ଗୋଟିଏ ର୍ସ ଦେଖିଥିବାରୁ ପୁତ୍ରଙ୍କ ନାମ ପାର୍ଶ୍ୱନାଥ ଦେଇଥିଲେ ଏ ଉଚ୍ଚରେ
୯ହାତ ଥିଲେ, ଏହାଙ୍କ ଶରୀରର ବର୍ଣ୍ଣ ନୀଳ ଥିଲା ଓ ଏହାଙ୍କ ଶରୀରରେ ସର୍ପ ଚିହ୍ନ ଥିଲା କୁଶସ୍ଥାନର ରାଜା ପ୍ରସେନଜିତ୍ଙ୍କ ପ୍ରଭାବତୀଙ୍କୁ ଏ ବିବାହ କରିଥିଲେ ରାଜାଙ୍କ ଉଦ୍ୟାନର କାନ୍ଥରେ ଧର୍ମାତ୍ମା ନେମିନାଥଙ୍କ ରଚିତ ଅଙ୍କିତ ହୋଇଥିବାର ଦେଖି ଏହାଙ୍କ ମନରେ ବେରାଗ୍ୟ ଉଦୟ ହେଲା ଏ କାଶୀରେ ୮୪: ଦିନ ତପସ୍ୟା କରି ଜ୍ଞାନଲାଭ କଲେ ଓ କ୍ରିକାଳଜ୍ଞ ହେଲେ ପୁଣ୍ଡ୍ର, ତାମ୍ରଲିପ୍ତ ଆଦି ଅନେକ ଦେଶ ବୁଲି ଏ ଦୟାଧର୍ମର ପ୍ରଚାର କଲେ ନିଜର ନିର୍ବାଣକାଳ ନିକଟ ହେବାର ଜାଣି ସମେତଶିଖର (ବର୍ତ୍ତମାନ ହଜାରିବାଗର ପରେଶନାଥ ପାହାଡ଼)କୁ ଆସି ସେଠାରେ ଏ ଶ୍ରାବଣ ଶୁକ୍ଳଦଶମୀ ଦିନ ଯୋଗଦ୍ୱାରା ଶରୀର ତ୍ୟାଗ କରିଥିଲେ (ହିନ୍ଦୀ - ଶ)— ଖ୍ରଷ୍ଟପୂର୍ବ ୭୫: ଅଦ ମଧ୍ୟରେ ପାର୍ଶ୍ୱନାଥ ଜୈନ ଧର୍ମପ୍ରଚାର କରିଥିଲେ ଖଣ୍ଡଗିରି ଓ ଉଦୟଗିରି ଏହାଙ୍କର ଜୀବନ୍ତବୃତ୍ତାନ୍ତ ବିବୃତ ହୋଇଅଛି ଜେନମନ୍ଦିରମାନଙ୍କରେ କରେ ଏହାଙ୍କର ନଗ୍ନ ମୂର୍ତ୍ତି ପୂଜିତ ହୁଏ ଏ ପ୍ରଥମେ ଲାଡ଼ (ଲୁବ୍ଧକ) ଦେଶରେ ବୁଲି ଜୈନ ଧର୍ମ ପ୍ରଚାର କରିଥିଲେ (ହିନ୍ଦୀ - ଶ)]