Jump to content

ପାଲଟିବା

ଉଇକିଅଭିଧାନ‌ରୁ

ପାଲଟିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପାଲ୍ଟିବା—ଅନ୍ୟରୂପ)

ଦେଶଜ - କ୍ରି. (ପର୍ଯ୍ୟସ୍ତ; ପ୍ରଲୋଠନ)

[ସମ୍ପାଦନା]
୧. ପିନ୍ଧାଲୁଗାକୁ ଛାଡ଼ିବା —୧. To undress; to change one's dress.

ବସ୍ତ୍ର ପାଲଟି ହ୍ରଦକୂଳେ ଝାସି ପଶିଲେ ଶୀତଜଳେ ଜଗନ୍ନାଥ. ଭାଗବତ

୨. ବଦଳିବା —୨. To change.

କ୍ଷଣେ କ୍ଷଣେ ପାଲଟଇ ଯାଇ ବର୍ଣ୍ଣ ଶିରା—ମଧୂସୂଧନ. କବିତା

୩. କୌଣସି ପଦାର୍ଥ ଅନ୍ୟ ପଦାର୍ଥରେ ପରିଣତ ହେବା — ୩. To be changed into (another thing).

କୁନ୍ଦିନ ଯେବେ ପାଲଟିବ ରଙ୍ଗ—କବିସୂର୍ଯ୍ୟ. କବିତା

୪. ଲେଉଟିବା; ପ୍ରତ୍ୟାବର୍ତ୍ତିତ ହେବା; ଫେରିବା — ୪. To return; to come back; to turn.

ଦେବରାଜ ବଚନେ ଦେବ ସୈନ୍ୟବଳ ପାଇଣ ପାଲଟିଲେ ଛାଡ଼ଣ କୈବଲ୍ୟ କୃଷ୍ଣସିଂହ. ମହାଭାରତ. ବନ

୫. ପାଛୋଟି ଯିବା —୫. To advanced to some distance to see a person off.

ଶ୍ରୀରାମ ଲକ୍ଷ୍ମଣ ବିଶ୍ୱାମିତ୍ର ସଙ୍ଗେ ଘେନି, କିଛି ପାଲଟି ଥଇଲେ ରାଜମୁନି ବିଶ୍ୱନାଥ. ବିଚିତ୍ରରାମାୟଣ

୬. ବସ୍ତ୍ର ପରିବର୍ତ୍ତନ କରିବା; ଲୁଗା ବଦାଳିବା; ପିନ୍ଧିଥିବା ଲୁଗାକୁ ଛାଡ଼ି ଅନ୍ୟ ଲୁଗା ପିନ୍ଧିବା —୬. To change one's cloth.